କନକ ବ୍ୟୁରୋ : ଭୁବନେଶ୍ବରରେ ଆଜି ଥିଲା ଡିଜିପି, ଆଇଜିପି ସମ୍ମିଳନୀର ପ୍ରଥମ ଦିନ । ଲୋକସେବା ଭବନରେ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ରାଜଧାନୀରେ ୩ ଦିନ ଧରି ଚାଲିବ ଡିଜିପି ସମ୍ମିଳନୀ । ସମ୍ମିଳନୀରେ ଯୋଗ ଦେଇଛନ୍ତି ସାରା ଦେଶର ଡିଜିପି, ଆଇଜିପି ସମେତ ବିଭିନ୍ନ ସୁରକ୍ଷା ବିଭାଗର ମୁଖ୍ୟ। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ବିଚାରବିମର୍ଶ କରାଯିବ । ଆଜି ପ୍ରଥମ ଦିନରେ ସୀମା ସୁରକ୍ଷା, ବୈଦେଶିକ ବ୍ୟାପାର, ଆତଙ୍କବାଦୀ ଅନୁପ୍ରବେଶ , ଆଭ୍ୟନ୍ତରୀଣ ସୁରକ୍ଷା ନେଇ ଆଲୋଚନା ହେବା ଅନୁମାନ କରାଯାଉଛି । କାଲି ଏଥିରେ ପ୍ରଧାନମନ୍ତ୍ରୀ ଯୋଗଦେବେ । ଆଜି ପ୍ରଥମ ଦିନର ବୈଠକ ଶେଷ ହୋଇଛି ।
ଦେଶର ସୁରକ୍ଷା ପାଇଁ ଓଡିଶାରେ ଚାଲିଛି ରଣନୀତି । ଡିଜି ବୈଠକରେ ମନ୍ତ୍ର ଦେଉଛନ୍ତି ଶାହା ଓ ଡୋଭାଲ, ମୋଦୀ ଦେବେ ଶେଷ ସ୍ପର୍ଷ
ରାଜଧାନୀରେ ୩ ଦିନ ଧରି ଚାଲିବ ଡିଜିପି ସମ୍ମିଳନୀ । ସମ୍ମିଳନୀରେ ଯୋଗ ଦେଇଛନ୍ତି ସାରା ଦେଶର ଡିଜିପି, ଆଇଜିପି ସମେତ ବିଭିନ୍ନ ସୁରକ୍ଷା ବିଭାଗର ମୁଖ୍ୟ। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ବିଚାରବିମର୍ଶ କରାଯିବ ।