Photograph: (kanaknews)
କନକ ବ୍ୟୁରୋ : ସହରାଞ୍ଚଳ ଗରିବଙ୍କ ପାଇଁ ସରକାର କରିଛନ୍ତି ଆହାର ବ୍ୟବସ୍ଥା । କୁହାଯାଇଥିଲା ୫ ଟଙ୍କାରେ ମିଳିବ ପେଟପୂରା ଖାଇବା । ମାତ୍ର ଏବେ ୫ ଟଙ୍କା ଜାଗାରେ ଦେବାକୁ ପଡୁଛି ୧୦ ଟଙ୍କା ।
ଅଧିକ ପଢନ୍ତୁ... ବାବା ବାଲି କପିଳେଶ୍ୱରଙ୍କ ମହିମା ଅପାର; ହାଡ଼ ଭାଙ୍ଗିଲେ ବାବା ଭଲ କରିଦିଅନ୍ତି
ଆହାର କେନ୍ଦ୍ରରେ ଏବେ ୫ ଟଙ୍କା ବଦଳରେ ଗରିବଙ୍କୁ ଦେବାକୁ ପଡ଼ୁଛି ୧୦ ଟଙ୍କା । କନକ ନ୍ୟୁଜ୍ ହାତରେ ଲାଗିଛି ସ୍ମାର୍ଟସିଟି ରାଉରକେଲାର ଏ ଅଜବ ଦୃଶ୍ୟ । ରାଉରକେଲା ବସ୍ଷ୍ଟାଣ୍ଡରେ ଥିବା ସୁଲଭ ଆହାର କେନ୍ଦ୍ରର ଦୃଶ୍ୟ । ଟିକେଟ କାଉଣ୍ଟର ଉପରେ ଥୁଆ ହୋଇଥିବା ଥାଳି ଉପରେ ଟିକେଟକ ମୁଲ୍ୟ ରହିଛି ଦଶ ଟଙ୍କା । ଏଠାରେ ରହିଛି ୨ ପ୍ରକାରର ଥାଳି । ଗୋଟିଏ ୫ ଟଙ୍କା, ଆଉ ଗୋଟିଏ ୧୦ ଟଙ୍କା । ଆହାର କେନ୍ଦ୍ରକୁ ଆସୁଥିବା ଲୋକ କିଏ ୫ ଟଙ୍କା ଦେଇ ମିଲ୍ ଖାଉଛନ୍ତି ତ କାହାକୁ ଦେବାକୁ ପଡ଼ୁଛି ୧୦ ଟଙ୍କା l
ରାଉରକେଲା ମହାନଗର ନିଗମ ଚଳାଉଛି ଏ ସବୁ ଆହାର କେନ୍ଦ୍ର l ସହରରେ ପାଖାପାଖି ୬ଟି ଆହାର କେନ୍ଦ୍ର ରହିଛି l ଦୈନିକ ଖାଉଛନ୍ତି ୪ ହଜାରରୁ ଅଧିକ ଲୋକ । ଏଠି ପ୍ରଶ୍ନ ଉଠୁଛି କାହା ନିର୍ଦ୍ଦେଶରେ ଏଠି ୫ ଟଙ୍କା ବଦଳରେ ଦିଆଯାଉଛି ୧୦ ଟଙ୍କିଆ ମିଲ୍ ଥାଳି ? ସରକାର୍ ଥାଳି ପ୍ରତି ୫ ଟଙ୍କା ଧାର୍ଯ୍ୟ ଦର ରଖିଥିବା ବେଳେ କାହା ସ୍ୱାର୍ଥରେ ୧୦ ଟଙ୍କିଆ ମିଲ୍ ଥାଳି ବିକୁଛନ୍ତି ଆହାର କେନ୍ଦ୍ର କର୍ମଚାରୀ ? ଏପରିକ ଆହାର କେନ୍ଦ୍ରକୁ ଆସୁଥିବା ଖାଦ୍ୟର ମାନ ଠିକ ନଥିବା ସହ ପିଇବା ପାଣିର ସୁବିଧା ନ ଥିବା କହିଛନ୍ତି ଲୋକେ ।
Follow Us