କନକ ବ୍ୟୁରୋ : ଏକାଠି ନଜର ଆସିଲେ ଟ୍ରମ୍ପ ଓ ମସ୍କ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ ମସ୍କ କଞ୍ଜରଭେଟିଭ ଆକ୍ଟିଭିଷ୍ଟ ଚାର୍ଲି କିର୍କଙ୍କ ସ୍ମୃତିସଭାରେ ଏକାଠି ହୋଇଥିଲେ । ସେପ୍ଟେମ୍ବର ୧୦ରେ ଉଟା ବିଶ୍ୱବିଦ୍ୟାଳୟରେ ଚାର୍ଲିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସ୍ମୃତିସଭାରେ ଚାର୍ଲିଙ୍କୁ ଟ୍ରମ୍ପ ମହାନ ଆମେରିକୀୟ ହିରୋ ଭାବେ ସମ୍ମାନ ଦେଇଥିଲେ । ଏଲନ ମସ୍କ ଏକ୍ସରେ ଭିଡିଓ ପୋଷ୍ଟ କରି କହିଛନ୍ତି, ସମସ୍ତେ ଚାର୍ଲିଙ୍କ ପାଇଁ ଏକତ୍ରିତ । ସେପଟେ ଏହି ସଭା ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ପୂର୍ବ ବିବାଦ ପରେ ପୁନର୍ମିଳନର ସଙ୍କେତ ଦେଇଛି । ଆମେରିକା ନିର୍ବାଚନ ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏବେ ଉଭୟଙ୍କୁ ଏକାଠି ଦେଖିବା ପରେ ନୂଆ ନୂଆ ଆଲୋଚନା ଆରମ୍ଭ ହୋଇଯାଇଛି ।

Advertisment

ଟ୍ରମ୍ପ -ମସ୍କ ଏକାଠି

ହାତ ମିଳାଇଲେ, କଥା ହେଲେ
ଟ୍ରମ୍ପ ଓ ମସ୍କ ବିବାଦ ପରେ ଏକାଠି ଆସିଲେ ନଜର
ଚାର୍ଲି କିର୍କଙ୍କ ସ୍ମୃତିସଭାରେ ଟ୍ରମ୍ପ ଓ ମସ୍କ ଏକାଠି ବସିଲେ
ପରସ୍ପର ସହ କଥା ହେବା ସହ ହାତ ମିଳାଇଲେ
ଆମେରିକାର ନିର୍ବାଚନ ପରେ ଉଭୟ ଦୂରେଇ ଯାଇଥିଲେ
ବିବାଦ ପାଇଁ ଟ୍ରମ୍ପ ଓ ମସ୍କଙ୍କ ସମ୍ପର୍କରେ ପଡ଼ିଥିଲା ଫାଟ
ମସ୍କ ଏକ୍ସରେ ସାକ୍ଷାତର ଭିଡିଓ ସେୟାର କରିଛନ୍ତି