ଦିଗପହଣ୍ଡି ମଉଳାଭଣଜା ସେବା ସମବାୟ ସମିତିରେ ଅଜବ ଘଟଣା, ସମ୍ପାଦକଙ୍କୁ ଘେରି ଜୋର ଜବରଦସ୍ତ ସାର ବୋହିନେଲେ ଚାଷୀ

ମଉଳାଭଣଜା ସେବା ସମବାୟ ସମିତିରେ ସାର ନ ମିଳିବା ଯୋଗୁଁ ରାସ୍ତାରୋକ କରିଥିଲେ ଉତ୍ୟକ୍ତ ଚାଷୀ । ଆବଶ୍ୟକ ପରିମାଣର ସାର ନ ମିଳିବା ଯୋଗୁଁ ରାସ୍ତାରୋକ କରିଥିଲେ ।

34

କନକ ବ୍ୟୁରୋ :  ସାର ବୋହିନେଲେ ଚାଷୀ। ସାର ଅଭାବ ପାଇଁ ଧାରଣାରେ ବସିଥିବା ଚାଷୀ ସମବାୟ ସମିତି ସମ୍ପାଦକଙ୍କୁ ଘେରି ସାର ବସ୍ତା ବୋହି ନେଇଛନ୍ତି । ଗଞ୍ଜାମ ଦିଗପହଣ୍ଡିରୁ ଆସିଛି ଏଭଳି ଦୃଶ୍ୟ । ଆଜି ସାର ପାଇଁ ସାନଖେମୁଣ୍ଡି ବ୍ଲକ ମଉଳାଭଣଜା ଛକରେ ରାସ୍ତାରୋକ କରିଥିଲେ ଚାଷୀ। ମଉଳାଭଣଜା ସେବା ସମବାୟ ସମିତିରେ ସାର ନ ମିଳିବା ଯୋଗୁଁ ରାସ୍ତାରୋକ କରିଥିଲେ ଉତ୍ୟକ୍ତ ଚାଷୀ । ଆବଶ୍ୟକ ପରିମାଣର ସାର ନ ମିଳିବା ଯୋଗୁଁ ରାସ୍ତାରୋକ କରିଥିଲେ । ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଶତାଧିକ ଚାଷୀ। ଫଳରେ ବ୍ରହ୍ମପୁର - ରାୟଗଡ଼ା ମୁଖ୍ୟ ରାସ୍ତାରେ ଯାତାୟାତ କିଛି ସମୟ ପ୍ରଭାବିତ ହୋଇଥିଲା। ମାତ୍ର ୪୫୦ ବସ୍ତା ସାର ନେବାକୁ ହଜାରୁ ଅଧିକ ଚାଷୀ ଲାଇନ ଲଗାଇଥିଲେ। ପରେ ପୁଲିସ ବୁଝା ସୁଝା କରିବା ପରେ ରାସ୍ତାରୁ ହଟିଥିଲେ ଚାଷୀ।  

ସେପଟେ  ସେପଟେ ଆସିକାରେ ଚାଷୀଙ୍କ ଲମ୍ବା ଧାଡି । ରାତିରୁ ଚାଷୀ ସାର ବସ୍ତାଏ ପାଇଁ ଛିଡା ହୋଇ ରହିଛି। ଗଞ୍ଜାମ ଆସକାରୁ ଆସିଛି ଏଭଳି ଦୃଶ୍ୟ। ପ୍ରତିଦିନ ଏପରି ସାର ପାଇଁ ଚାଷୀ ସଂଘର୍ଷ କରୁଛନ୍ତି। ତଥାପି ଏହାର ସମାଧାନ ହେଉନି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe