କନକ ବ୍ୟୁରୋ: ଇସ୍ରାଏଲ ଓ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପଡିଛି ସାମାନ୍ୟ ବିରତି । ଶାନ୍ତି ବୈଠକ ପରେ ପ୍ରଥମ ଥର ପାଇଁ ମୁକ୍ତି ପାଇଛନ୍ତି ୩୩ ଜୀବନ ।
ଦୀର୍ଘ ୪୭୧ ଦିନ ପରେ ହମାସ କବଳରୁ ମୁକ୍ତ ହୋଇଛନ୍ତି ରୋମି , ଡୋରେନ୍ ଓ ଇମଲି । ଯୁଦ୍ଧର ସେ ଭୟଙ୍କର ଦୃଶ୍ୟ ମନେପଡିଲେ କେତେବେଳେ କାନ୍ଦୁଛନ୍ତି ତ ଘର ଲୋକଙ୍କ କୋଳରେ ମୁଣ୍ଡ ରଖି କେତେବେଳେ ହସୁଛନ୍ତି । ନିଜ ଉପରେ ବି ସେମାନଙ୍କର ବିଶ୍ବାସ ହେଉନି ଯେ ସେମାନେ ଏବେ ସେମାନଙ୍କ ଘର ଲୋକଙ୍କ ପାଖରେ ଅଛନ୍ତି ବୋଲି ।
ଗାଜା ପଟ୍ଟିରୁ ମକ୍ତ ହେବା ପରେ ଏହି ୪୩ ଝିଅ ନିଜ ନିଜ ମା’ଙ୍କୁ ଭେଟିଥିଲେ । ଏହାପରେ ତାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ନିଆଯାଇଥିଲା । ଆଉ ହସ୍ପିଟାଲରୁ ବାହାରିବା ପରେ ସେଠାରେ ଶହଶହ ଲୋକ ଏକାଠି ହୋଇଥିଲେ । ସମସ୍ତଙ୍କ ଆଖି ଭିଜିଯାଇଥିଲା । ସମସ୍ତେ ଏହି ୩ ଝିଅଙ୍କ ସାହସିକତାକୁ ପ୍ରଶଂସା କରି ନାରା ଦେଉଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)