କନକ ବ୍ୟୁରୋ: ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ରୁବେନ ବାନାର୍ଜୀ ଲେଖିଥିବା ପୁସ୍ତକ ରାଜ୍ୟ ରାଜନୀତିରେ ଝଡ । କାହିଁକି ବିଜେଡି ହାରିଲା? ନବୀନଙ୍କୁ ନେଇ ଅନେକ ଗୁମର କଥାକୁ ସାମ୍ନାକୁ ଆଣିବା ପରେ ଚିହିଁଙ୍କି ଉଠିଛି ବିଜେଡି । ପୁସ୍ତୁକରେ ଲେଖା ଥିବା ତଥ୍ୟର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । 

Advertisment

ସେ କହିଛନ୍ତି, ରୁବେନ ବାନାର୍ଜୀ ବହୁ ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ଭେଟି ନାହାନ୍ତି । କଥା ହୋଇ ନାହାନ୍ତି କି ଇଣ୍ଟରଭ୍ୟୁ ନେଇ ନାହାନ୍ତି। ବିରୋଧୀଦଳ ଓ ବିଭିନ୍ନ ସ୍ଥାନରେ ହେଉଥିବା ଚର୍ଚ୍ଚାକୁ ଭିତ୍ତି କରି ବହି ଲେଖିଛନ୍ତି। କାହା ଉପରେ ଲେଖିବା ବେଳେ ତାଙ୍କ ମତାମତ ନେବା କଥା ଓ ଘଟଣାର ଉତ୍ସ ଲେଖିବା କଥା। କିନ୍ତୁ ଯେଉଁ ମାନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରନ୍ତି ସେମାନଙ୍କ ମତାମତ ନେଇ ରୁବେନ ବହି ଲେଖିଛନ୍ତି। ସୌଜନ୍ୟତା ଦୃଷ୍ଟିରୁ ମତାମତ ନେବାର ଥିଲା। କିନ୍ତୁ ରୁବେନ ବାନାର୍ଜୀ ବିରୋଧୀ ଦଳ ନେତା ଭାବେ ଲେଖିଛନ୍ତି। ନବୀନଙ୍କ ପ୍ରତି ଲୋକଙ୍କ ସମର୍ଥନ ରହିଛି। ଆଉ ଏହାର ଜବାବ ମଧ୍ୟ ବରିଷ୍ଠ ସାମ୍ୱାଦିକ ରୁବେନ ବାନାର୍ଜୀ କହିଛନ୍ତି, ପାଣ୍ଡିଆନଙ୍କ କଥା ଲେଖିଥିବାରୁ ବିଜେଡି ପ୍ରଶ୍ନ କରୁଛନ୍ତି ।  

ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡିର ଆକ୍ଷେପ ପରେ ଜୋରଦାର କାଉଣ୍ଟର କରିଛି ବିଜେପି । ଅପ୍ରିୟ ସତ୍ୟ କଥା ଲେଖିବା ବିଜେଡି ନେତାଙ୍କ  ଦେହରେ ଯାଉନି । ପୂର୍ବରୁ ଯେତେବେଳେ ରୁବେନ ବାନାର୍ଜି ନବୀନ ପଟ୍ଟନାୟକଙ୍କ ବିଷୟରେ  ଲେଖୁଥିଲେ ସେବେ ବିଜେଡି  ନେତାଙ୍କ ନିକଟରେ ଭଲ ଥିଲେ ତାହା ତାଙ୍କୁ ସୁହାଉଥିଲା ବୋଲି କହି କଟାକ୍ଷ କରିଛନ୍ତି ବିଜେପି ବିଧାୟକ ବାବୁ ସିଂହ ।

ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖରେ ପ୍ରକାଶ ପାଇଥିଲା ରୁବେନ ବାନାର୍ଜିଙ୍କ ପୁସ୍ତକ । ପାଣ୍ଡିଆନ କେମିତି ନବୀନଙ୍କଠାରୁ ନେତାଙ୍କୁ ଦୂରେଇ ଦେଇଥିଲେ? ତାଙ୍କ କାନରେ ବିଷ ଭରୁଥିଲେ ସେ ସମ୍ପର୍କରେ ବହିରେ ଉଲେଖ କରିଛନ୍ତି ରୁବେନ।