ମାଲାୟଲମ ସିନେ ଇଣ୍ଡଷ୍ଟ୍ରିରେ ଝଡ । ଭାଙ୍ଗିଲା ଆସୋସିଏସନ ଅଫ୍ ମାଲାୟଲମ ମୁଭି ଆଟିଷ୍ଟ, ସଭାପତି ପଦରୁ ମୋହନ ଲାଲଙ୍କ ଇସ୍ତଫା

Advertisment

ପ୍ରଯୋଜକ, ନିର୍ଦ୍ଦେଶକଙ୍କ ବିରୋଧରେ ବାହାରି ଜଣଙ୍କ ପରେ ଜଣେ ଅଭିନେତ୍ରୀ  ଯୌନ ନିଯ୍ୟାତନା, ମାନସିକ ଓ ଶାରିରୀକ ଉତ୍ପୀଡିନ ଅଭିଯୋଗ ଆଣୁଛନ୍ତି । ଏନେଇ ସଭାପତି ମୋହନଳାଲ ଚୁପ ରହିବା ପରେ ସମାଲୋଚନାର ଶିକାର ହେଉଥିଲେ ।

ପ୍ରଯୋଜକ, ନିର୍ଦ୍ଦେଶକଙ୍କ ବିରୋଧରେ ବାହାରି ଜଣଙ୍କ ପରେ ଜଣେ ଅଭିନେତ୍ରୀ  ଯୌନ ନିଯ୍ୟାତନା, ମାନସିକ ଓ ଶାରିରୀକ ଉତ୍ପୀଡିନ ଅଭିଯୋଗ ଆଣୁଛନ୍ତି । ଏନେଇ ସଭାପତି ମୋହନଳାଲ ଚୁପ ରହିବା ପରେ ସମାଲୋଚନାର ଶିକାର ହେଉଥିଲେ ।

mal

କନକ ବ୍ୟୁରୋ : ମଲାୟାଲମ ସିନେ ଇଣ୍ଡଷ୍ଟ୍ରିରେ ବଡ ହଲଚଲ । ଆସୋସିଏସନ ଅଫ ମଲାୟଲମ ମୁଭି ଆଟିଷ୍ଟର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ମୋହନ ଲାଲ ।କେବଳ ସେତିକି ନୁହେଁ ସଂଘର ଆଉ କିଛି ସଦସ୍ୟ  ଇସ୍ତଫାଦେବା ପରେ ଇଣ୍ଡଷ୍ଟ୍ରିରେ ଏକପ୍ରକାର ଅସ୍ଥିରତା ଦେଖାଦେଇଛି । ହେମା କମିଟି ରିପୋର୍ଟକୁ କେରଳ ସରକାର ସାର୍ବଜନୀନ କରିବା ପରେ ମାଲାୟାଲମ ସିନେ ଇଣ୍ଡ୍ରଷ୍ଟ୍ରିକୁ ସତେ ଯେମିତି ବଡ ବିପଦ ମାଡି ଆସିଛି । ପ୍ରଯୋଜକ, ନିର୍ଦ୍ଦେଶକଙ୍କ ବିରୋଧରେ ବାହାରି ଜଣଙ୍କ ପରେ ଜଣେ ଅଭିନେତ୍ରୀ  ଯୌନ ନିଯ୍ୟାତନା, ମାନସିକ ଓ ଶାରିରୀକ ଉତ୍ପୀଡିନ ଅଭିଯୋଗ ଆଣୁଛନ୍ତି । ଏନେଇ ସଭାପତି ମୋହନଳାଲ ଚୁପ ରହିବା ପରେ ସମାଲୋଚନାର ଶିକାର ହେଉଥିଲେ । ଅନ୍ୟପଟେ ବଙ୍ଗଳା ଅଭିନେତ୍ରୀ ନିର୍ଦ୍ଦେଶକ ରଂଜିତଙ୍କ ବିରୋଧରେ ଦୁବ୍ୟହାର ଅଭିଯୋଗ ଆଣିବା ପରେ ଚଳଚିତ୍ର ଏକାଡେମୀ ପଦରୁ ସେ ଇସ୍ତଫା ଦେଇଛନ୍ତି ।ଏଥିସହ ବରିଷ୍ଠ ଅଭିନେତା ସିଦ୍ଦିକ ମଲାୟାଲମ ମୁଭି ଆଟିଷ୍ଟ ଆସୋସିଏସନର ସେକ୍ରେଟେରୀ ପଦ ଛାଡିଛନ୍ତି । ଘଟଣାକୁ ନେଇ କେରଳ ସିନେ ଇଣ୍ଡଷ୍ଟ୍ରି ହଇଚଇ ସୃଷ୍ଟି ହୋଇଛି ।ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ମଙ୍ଗଳବାର ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି ।ତାଜା ସୂଚନା ଅନୁସାରେ ଅଭିନେତ୍ରୀଙ୍କ ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ସରକାର ୭ଜଣିଆ ସଦସ୍ୟଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ ପାଇଁ ନିଷ୍ପତି ନେଇଛନ୍ତି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe