କନକ ବ୍ୟୁରୋ: ଆସୁଛି ବାତ୍ୟା ‘ଦାନା’ । ଏନେଇ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ନେଇ ପୂର୍ବାନୁମାନ କରାଯାଉଛି । ଅଳ୍ପ କେତେକ ସ୍ଥାନରେ ୩୦ ସେଣ୍ଟିମିଟର  ଯାଏଁ ବର୍ଷା ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ୩୦ ସେଣ୍ଟିମିଟରରୁ ଅଧିକ ବର୍ଷା । 

Advertisment

ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ । ଭୁସ୍ଖଳନ ବି ହୋଇପାରେ । କଚ୍ଚା ଘର ପ୍ରଭାବିତ ହୋଇପାରେ । ବର୍ଷା ପବନ ପ୍ରଭାବରେ ଗଛ ବି ଭାଙ୍ଗିପାରେ । ବିଦ୍ୟୁତ ସେବା ପ୍ରଭାବିତ ହୋଇପାରେ । ବର୍ଷା ଓ ପବନ ପ୍ରଭାବରେ ଚାଷ କ୍ଷତିଗ୍ରସ୍ତ ହୋଇପାରେ । 

ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ ଖୋର୍ଦ୍ଧା, ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ଆକଳନ କରାଯାଇଛି ।