କନକ ବ୍ୟୁରୋ : ରାଜ୍ୟରେ ଅସୁରକ୍ଷିତ ହୋଇପଡିଛନ୍ତି ମହିଳା ଏବଂ ଶିଶୁ ସୁରକ୍ଷା । ଏ ନେଇ ବିରୋଧୀ ଅଭିଯୋଗ କରି ଆସୁଥିଲେ । କିନ୍ତୁ ଆଜି ମହିଳା ଶିଶୁ ବିକାଶ ବିଭାଗ ଷ୍ଟାଣ୍ଡିଙ୍ଗ କମିଟିରେ ସଦସ୍ୟ ଥିବା ୯ ମହିଳା ବିଧାୟିକା ଉଦବେଗ ପ୍ରକାଶ କରିଛନ୍ତି । କମିଟି ଗୃହ ବିଭାଗ ଅଧିକାରୀଙ୍କୁ ଡକାଇ, ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ହେଉଥିବା ଅପରାଧ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପରାମର୍ଶ ଦେଇଛି । କମିଟିର କହିବା କଥା ହେଲା,
ଷ୍ଟାଣ୍ଡିଂ କମିଟିର ଉଦବେଗ
ଢେଙ୍କାନାଳ ଦୁଷ୍କର୍ମ ମାମଲାରେ ସାତଦିନ ମଧ୍ୟରେ ଚାର୍ଜସିଟ ହେବ
ମହିଳା ଓ ଶିଶୁ ଅପରାଧର କାରଣ ପୁଲିସ ଏବଂ ଗୃହ ବିଭାଗ କାର୍ଯ୍ୟାନୁଷ୍ଠାନ ନ ନେବା
ସାଇବର କ୍ରାଇମ କ୍ଷେତ୍ରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ଛାତ୍ରୀ ଗର୍ଭବତୀ ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କମିଟିର ସୁପାରିଶ
ପ୍ରତ୍ୟେକ ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଟି ଗଠନ ଉପରେ ଗୁରୁତ୍ବ
ବିଧାନସଭା ଷ୍ଟାଣ୍ଡିଂ କମିଟି ଉଦବେଗ ପ୍ରକାଶ କରିଥିବାବେଳେ ଅନ୍ୟପଟେ ଘଟଣାସ୍ଥଳକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି ବିରୋଧୀ । ଆରଡିଏ କଲୋନୀରେ ଜଣେ ଆଠ ବର୍ଷୀୟ ନାବାଳିକା ଦୁଷ୍କର୍ମ ଘଟଣାରେ କଂଗ୍ରେସ ଟିମ ପହଞ୍ଚି ରାଉରକେଲା ଏସପିଙ୍କ ସହ ଆଲୋଚନା କରିଛି । ପୀଡିତା ପରିବାରକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ପିପିଲିରେ ଜଣେ ଫେରିବାଲା ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ମାମଲାରେ ପୁରୀ ଏସପିଙ୍କୁ ଭେଟି ଦାବି ପତ୍ର ଦେଇଛି ବିଜେଡି ପ୍ରତିନିଧି ଦଳ ।
ରାଜ୍ୟରେ ମହିଳା ଓ ଶିଶୁ ଅପରାଧ ବଢୁଛି । ଆଉ ଏହି ସମୟରେ ମହିଳା ଓ ଶିଶୁ ବିଭାଗର ଷ୍ଟାଣ୍ଡିଂ କମିଟିର ଉଦବେଗ ପ୍ରକାଶ ପରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶା କରାଯାଉଛି ।