କନକ ବ୍ୟୁରୋ, ମୌସୁମୀ ଆସୁ ଆସୁ ଓଡିଶାବାସୀଙ୍କୁ ଘାରିଥାଏ ବନ୍ୟା ଚିନ୍ତା । ଉପକୂଳ ଜିଲ୍ଲା ପାଇଁ ଏହି ଭୟ ଟିକିଏ ବେଶୀ ହୋଇଥାଏ । ଏବେ ବନ୍ୟାରୁ ମୁକ୍ତି ପାଇବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି । ଜଳ ସମ୍ପଦ ବିଭାଗ ଚଳିତ ଥର ଏକ ଆପ ଦ୍ୱାରା ରାଜ୍ୟର ସମସ୍ତ ଜଳ ଭଣ୍ଡାରକୁ ନିୟନ୍ତ୍ରଣ କରିବାକୁ ପ୍ରସ୍ତୁତ ହେଉଛି । ଏହି ଆପର ନାମ ହେଉଛି ଗୋ ୱାଟର ଆପ । ତିନି ବର୍ଷ ଧରି ଏହା ପ୍ରସ୍ତୁତି ପର୍ଯ୍ୟାୟରେ ଥିବାବେଳେ ଚଳିତ ବର୍ଷ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଗୋ ୱାଟର । ଓଡିଶା ଜଳସମ୍ପଦ ବିଭାଗ ଏହି ଆପ୍କୁ ପ୍ରସ୍ତୁତ କରିଛି । ବନ୍ୟା ସମ୍ପର୍କରେ ଗୋ ୱାଟର ଆପ୍ ଜଳଭଣ୍ଡାରର ସ୍ଥିତି ସମ୍ପର୍କରେ ଅଧିକାରୀଙ୍କୁ ଆଗୁଆ ସୂଚନା ଦେବ । ଆସନ୍ତୁ ଜାଣିବା ଆପ ଦ୍ୱାରା କଣ ଜାଣିପାରିବେ ଅଧିକାରୀ...
କଣ ଜଣାଇବ ଗୋ-ଆପ୍?
-ଜଳଭଣ୍ଡାରର ପ୍ରତି କ୍ଷଣର ସ୍ଥିତି ବିଷୟରେ ଅବଗତ କରାଇବ
-କେଉଁ ସମୟରେ କେତେ ପାଣି ଜଳଭଣ୍ଡାରରେ ପ୍ରବେଶ କରିବ
- କେଉଁ ବେସିନରେ ଅଧିକ ବର୍ଷା ହେବ
- ଆଇଏମଡି ସହ ମିଳିତ ଅନୁଧ୍ୟାନ ପରେ ବର୍ଷାର ପରିମାଣ ସମ୍ପର୍କରେ ପୂର୍ବାନୁମାନ କରିବ ଗୋ-ୱାଟର
ଉପରମୁଣ୍ଡରେ ବର୍ଷା ହେଲେ ମହାନଦୀ, ବ୍ରାହ୍ମଣୀ , ବୈତରଣୀ ଭଳି ନଦୀଗୁଡିକରେ ସୁବବେଳେ ବର୍ଷାର ଭୟ ରହିଥାଏ । ସରକାରଙ୍କ ପାଇଁ ବି ବନ୍ୟା ମୁକାବିଲା ଚ୍ୟାଲେଞ୍ଜିଂ ହୋଇଥାଏ । ଏବେ ନୂଆ ଗୋ-ୱାଟର ଆପ୍ ବନ୍ୟାକୁ ନିୟନ୍ତ୍ରଣ କରିବାରେ କେତେ ସହାୟକ ହେବ, ତାହା ଆଗାମୀ ଦିନରେ ଜଣାପଡିବ ।