କନକବ୍ୟୁରୋ : ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆସିଛି ବଡ ଖବର । ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ ଅଭିଯୋଗ । ଏନେଇ ଦଳ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରି କରି ଦାବି କରିଛି । କେଜ୍ରିୱାଲ ପ୍ରଚାର କରୁଥିବା ସମୟରେ ହଠାତ ତାଙ୍କ କାର ନିକଟରେ କିଛି ପ୍ରଦର୍ଶକାରୀ ପହଁଚିଥଲେ ।
କଳା ପତାକା ଦେଖାଇ ପାଟିତୁଣ୍ଡ କରିବା ସହ କାର ଉପରକୁ ଟେକା ମାଡ କରଥିବା ଦଳ ଅଭିଯୋଗ କରିଛି । ଏହା ପଛରେ ବିଜେପି ପ୍ରାର୍ଥୀ ପ୍ରଭେଶ ବର୍ମାଙ୍କ ସମର୍ଥକଙ୍କ ହାତ ଥିବା କହିଛି ଆମ ଆଦମୀ ପାର୍ଟି । ଗତବର୍ଷ ନଭେମ୍ବର ୩୦ରେ ମଧ୍ୟ କେଜ୍ରିୱାଲଙ୍କ ଉପରକଚ କିଛି ତରଳ ପଦାର୍ଥ ଫିଙ୍ଗି ଗିରଫ ହୋଇଥିଲେ ଜଣେ ଯୁବକ । ତେବେ ଘଟଣାକୁ ନେଇ ବିଜେପି ପ୍ରାର୍ଥୀ ପ୍ରଭେଶ ବର୍ମାଙ୍କ ଉପରେ ଆପ ଅଭିଯୋଗ କରିଥିଲେ ବି ଏହାକୁ ଖଣ୍ଡନ କରିଛି ଦଳ। ବିଜେପି କହିଛି କେଜ୍ରିୱାଲଙ୍କ ଦୁଇଜଣ ବିଜେପି ସମର୍ଥକଙ୍କ ଉପରେ ଗାଡି ଚଢ଼ାଇବାକୁ ଉଦ୍ୟମ କରିଛନ୍ତି ।