ସାରା ରାଜ୍ୟରେ ଚାଲିଛି ପଥର ଲୁଟ୍ ; ସବୁ ଦେଖି ଚୁପ୍ ସରକାର

ପଥର ଚୋରିରେ ଲାଗୁନି ଲଗାମ  ।  ରାଜ୍ୟବ୍ୟାପୀ ଚାଲିଛି ଲୁଟ୍  । ମାଲକାନଗିରି ମାଥିଲି ତୁଳସୀ ପାହାଡରେ ଖୁଲମଖୁଲ୍ଲା ପଥର ବ୍ଲାଷ୍ଟିଂ କରୁଛି ହାଇଗ୍ରୀଭା ଠିକା କମ୍ପାନି ।  ଧର୍ମଶାଳାରେ ବେଧଡକ ଚାଲିଛି ଖଣି ଚୋରି।  ଢେଙ୍କାନାଳରୁ ଆସିଲା ସମାନ ଚିତ୍ର  । ପ୍ରଶ୍ନ, କାହା ଚାପରେ ସବୁ ଦେଖି ଚୁପ୍ ବସିଛି ପ୍ରଶାସନ ।

7PM4

କନକ ବ୍ୟୁରୋ: ରାଜ୍ୟରେ ବେଆଇନ ଭାବେ ପଥର ଲୁଟ କରି ନେଉଛନ୍ତି ମାଫିଆ । ହେଲେ ଖଣି ବିଭାଗ କି ପୁଲିସ ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ମାଲକାନଗିରି ମାଥିଲିରୁ ଯାଜପୁର ଧର୍ମଶାଳା, ଢ଼େଙ୍କାନାଳ ଯାଏ ମାତିଛନ୍ତି ମାଫିଆ । 

ଲାଲଗଡ଼ରେ ବେଆଇନ ପଥର ବ୍ଲାଷ୍ଟିଂ । ତୁଳସୀ ପାହାଡରେ ବ୍ଲାଷ୍ଟିଙ୍ଗ କରି କ୍ରସର କରୁଛି ଆନ୍ଧ୍ରପ୍ରଦେଶ କମ୍ପାନି । ନା ପ୍ରଶାସନକୁ ଖାତିର, ନା ଆଇନକୁ ଭୟ । ଖୁଲମଖୁଲ୍ଲା ପଥର ବ୍ଲାଷ୍ଟିଂ କରୁଛି ହାଇଗ୍ରୀଭା  ଠିକା କମ୍ପାନି । ରାସ୍ତାର ଆଳ ଦେଖାଇ ତୁଳସୀ ଘାଟିରେ କ୍ରସର ପଏଣ୍ଟ କରିଛି ଆନ୍ଧ୍ରର ଠିକା ସଂସ୍ଥା । ଏହାର ବିରୋଧରେ ଅଞ୍ଚଳର ଲୋକ ଶୋଭାଯାତ୍ରା କରିଛନ୍ତି କିନ୍ତୁ ପଥର ବ୍ଲାଷ୍ଟିଂ ଥମିନାହିଁ । ଖବର ପ୍ରସାରଣ ପରେ, ପ୍ରଦୂଷଣ ନିୟନ୍ତ୍ରଣ ଓ ଖଣି ବିଭାଗ କମ୍ପାନୀକୁ ନୋଟିସ୍ କରିଛନ୍ତି । 

ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ବନ୍ଦ ଥିବା ବିଭିନ୍ନ ଖଣିରୁ ପଥର ଲୁଟ ଅଭିଯୋଗ ହୋଇଛି । ଖଣି ଚୋରି ରୋକିବାକୁ ପୁଲିସ୍ ରାଜସ୍ବ ବିଭାଗ ଓ ଖଣି ବିଭାଗ ମିଳିତ ଭାବେ ଟାସ୍କ ଫୋର୍ସ ଗଠନ କରିଛନ୍ତି । କିନ୍ତୁ ପଥର ଲୁଟ ଥମି ନାହିଁ ।  ଢେଙ୍କାନାଳ ଜିଲ୍ଲାରେ ବି ଚାଳିଛି ବେଧଡକ ଖଣି ଲୁଟ। ଗନ୍ଦିଆ ନିହଲ ପ୍ରସାଦ ଅଞ୍ଚଳର ନିଶ୍ଚିନ୍ତା ସଂରକ୍ଷିତ ପାହାଡ଼ରୁ ଓ ହିନ୍ଦୋଳ ବ୍ଲକର ବିଭିନ୍ନ ପାହାଡ଼କୁ ମାଫିଆ ମୁଗୁନି ପଥର ଲୁଟି ଚାଲିଥିଲେ ସୁଦ୍ଧା ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ । ସେହିପରି ସଦର ବ୍ଲକ, ଓଡ଼ପଡ଼ା ବ୍ଲକରେ ଚାଲିଛି ଶହ ଶହ ମାଙ୍କଡା ପଥର ଖଣି ଲୁଟ୍ । ରାଜ୍ୟର ପ୍ରାକୃତିକ ସଂପଦକୁ ମାଫିଆ ଲୁଟ କରି ମାଲାମାଲ ହେଉଛନ୍ତି । କିନ୍ତୁ ପ୍ରଶାସନିକ ଅଧିକାରୀ କିଛି ହାତଗୁଞ୍ଜା ନେଇ ନୀରବଦ୍ରଷ୍ଟା ସାଜିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe