ଅଶାନ୍ତ ଉତ୍ତରପ୍ରଦେଶ ; ଜାମା ମସଜିଦ୍ ସର୍ଭେ ବେଳେ ପଥରମାଡ

ଅଶାନ୍ତ ହେଲା ଉତ୍ତର ପ୍ରଦେଶର ସମ୍ଭଲ । ଜାମା ମସଜିଦ ସର୍ଭେ ବେଳେ ଉତ୍ୟକ୍ତ ଲୋକଙ୍କ ପଥର ମାଡ଼ ।  ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ । ସ୍ଥିତି ନିୟନ୍ତ୍ରଣ ପାଇଁ ଲୁହବୁହା ଗ୍ୟାସ ସହ ହିଂସାକାରୀଙ୍କ ଉପରେ ଲାଠିଚାର୍ଜ ।

masjid9

କନକ ବ୍ୟୁରୋ: ଅଶାନ୍ତ ହୋଇଛି ଉତ୍ତରପ୍ରଦେଶ ସମ୍ଭଲ । ଜାମା ମସଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଆକ୍ରୋଶ । ସର୍ଭେ କରିବାକୁ ଯାଇଥିବା ଟିମ୍‌ ଉପରକୁ ଉତ୍ୟକ୍ତ ଲୋକେ ପଥର ମାଡ଼ କରିଥିବା ଦେଖିବାକୁ ମିଳିଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ଭଲରେ ଥିବା ଜାମା ମସଜିଦର ଦ୍ୱିତୀୟ ଥର ସର୍ଭେ କରିବା ସକାଳ ୬ଟାରେ ପହଞ୍ଚିଥିଲା ବୈଷୟିକ ଟିମ୍ । ସୁରକ୍ଷାକୁ ନେଇ ଘଟଣା ସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ନିୟୋଜିତ କରାଯାଇଥିଲା। ତେବେ ଏହାକୁ ବିରୋଧ କରି ମସଜିଦ ବାହାରେ ହଠାତ୍ ପୋଲିସ୍ ଟିମ୍‌ ଉପରକୁ ଲୋକେ ରାଗି ଯାଇ ପଥରମାଡ଼ କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ହିଂସାକାରୀଙ୍କ ଉପରେ ଲାଠିଚାର୍ଜ କରିଛି। 

ନଭେମ୍ବର ୧୯ରେ ହିନ୍ଦୁ ପକ୍ଷ ତରଫରୁ ସିଭିଲ ସିନିୟର ଡିଭିଜନ ଚନ୍ଦୌସି କୋର୍ଟରେ ଏନେଇ ଆବେଦନ କରାଯାଇଥିଲା । ସମ୍ଭଲର ସାହି ଜାମା ମସଜିଦ ଶ୍ରୀ ହରିହର ମନ୍ଦିର, ୧୫୨୯ ମସିହାରେ ବାବରଙ୍କ ଶାସନ କାଳରେ ଏହାକୁ ମସଜିଦ ଆକାର ଦିଆଯାଇଥିବା ହିନ୍ଦୁପକ୍ଷ ଅଭିଯୋଗ କରିଥିଲେ । ଏହାପରେ କୋର୍ଟ ମସଜିଦର ସର୍ଭେ କରି ନଭେମ୍ବର ୨୯ ସୁଦ୍ଧା ସର୍ଭେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମଥର ମଙ୍ଗଳବାର ଦିନ ସର୍ଭେ କରିବା ପାଇଁ ଟିମ୍‌ ପହଞ୍ଚିଥିଲା । ଆଜି ପୁଣି ଦ୍ୱିତୀୟ ଥର ଲାଗି ସର୍ଭେ କରିବା ପାଇଁ ଆଡଭୋକେଟ୍‌ କମିଶନର ଟିମ୍ ଘଟଣା ସ୍ଥଳରେ ପହଁଚିଥିବା ବେଳେ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe