ଧସିଲା ନିର୍ମାଣାଧିନ ସୁଡଙ୍ଗ ; ୮ ଶ୍ରମିକ ଫସି ରହିଥିବା ସୂଚନା

ତେଲେଙ୍ଗାନା ନାଗରକୁର୍‌ନୁଲ ଜିଲ୍ଲାରେ ଅଘଟଣ । ନିର୍ମାଣଧିନ ସୁଡଙ୍ଗରେ ଧସିଲା ପଥର । ୬ରୁ ୮ଜଣ ଶ୍ରମିକ ଫସି ରହିଥିବା ସୂଚନା । ତୁରନ୍ତ ଉଦ୍ଧାରକାରୀ ଦଳକୁ ଘଟଣା ସ୍ଥଳକୁ ଯିବାକୁ ମୁଖ୍ୟମନ୍ତ୍ରୀ ରେବନ୍ତା ରେଡ୍ଡିଙ୍କ ନିର୍ଦ୍ଦେଶ।

ଟନେଲ ଧସିଲା

ଟନେଲ ଧସିଲା Photograph: (କନକ ନ୍ୟୁଜ)

କନକ ବ୍ୟୁରୋ: ତେଲେଙ୍ଗାନାରେ ବଡ଼ ଅଘଟଣ । ନିର୍ମାଣଧିନ ଟନେଲରେ ଧସିଲା ପଥର । ଫସିଗଲେ ଶ୍ରମିକ । ଅନେକ ଶ୍ରମିକ ଆହତ ହୋଇଥିବା ସୂଚନା । ତେଲେଙ୍ଗାନା ନାଗରକୁର୍ନୁଲ ଜିଲ୍ଲାରେ ଶ୍ରୀଶେଲମ ଲେଫ୍ଟ ବ୍ୟାଙ୍କ ସୁଡଙ୍ଗ ନିର୍ମାଣ କାମ ଚାଲିଥିବାବେଳେ, ସୁଡଙ୍ଗର ଛାତର କିଛି ଭାଗ ଭୁଶୁଡି ପଡିଥିଲା । ଦୁର୍ଘଟଣାରେ ଅନେକ ଶ୍ରମିକ ଆହତ ହୋଇଥିବାବେଳେ, ଭଙ୍ଗା ଚଟ୍ଟାଣ ତଳେ କିଛି ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ତେବେ ୬ କି ୮ ଜଣ ଶ୍ରମିକ ଫସିଛନ୍ତି ସେନେଇ କମ୍ପାନୀ କର୍ତ୍ତୃପକ୍ଷ ସଠିକ୍ ଭାବେ କହି ପାରୁ ନାହାଁନ୍ତି । ଉଦ୍ଧାରକାରୀ ଦଳକୁ ଘଟଣା ସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବାନ୍ତା ରେଡ୍ଡୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe