୨୦୦୮ ପରେ ଜନ୍ମିତ ଭାରତୀୟଙ୍କୁ ଉଦର କର୍କଟ ବିପଦ

ସମଗ୍ର ବିଶ୍ବରେ ୨୦୦୮ରୁ ୨୦୧୭ ମଧ୍ୟମରେ ଜନ୍ମିତ ୧୫.୬ ନିୟୁତରୁ ଅଧିକ ଲୋକ ସେମାନଙ୍କ ଜୀବନ କାଳ ମଧ୍ୟରେ ଉଦର କର୍କଟ ରୋଗରେ ପୀଡ଼ିତ ହୋଇପାରନ୍ତି ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ।

si

କନକ ବ୍ୟୁରୋ:  ସମଗ୍ର ବିଶ୍ବରେ ୨୦୦୮ରୁ ୨୦୧୭ ମଧ୍ୟମରେ ଜନ୍ମିତ ୧୫.୬ ନିୟୁତରୁ ଅଧିକ ଲୋକ ସେମାନଙ୍କ ଜୀବନ କାଳ ମଧ୍ୟରେ ଉଦର କର୍କଟ ରୋଗରେ ପୀଡ଼ିତ ହୋଇପାରନ୍ତି ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ।  ସେମାନଙ୍କ ମଧ୍ୟରୁ ପ୍ରାୟ ଦୁଇ ତୃତୟାଂଶ ଏସୀୟ ଏବଂ ଅନେକ ଭାରତୀୟ ବୋଲି ଚେତାବନୀ ଦିଆଯାଇଛି । 

ଗବେଷକଙ୍କ ଅନୁସାରେ, ଭବିଷ୍ୟତରେ ୭୬ ପ୍ରତିଶତ ମାମଲା ହେଲିକୋବ୍ୟାକ୍ଟର ପାଇଲୋରି ନାମକ ଚିକିତ୍ସାଯୋଗ୍ୟ ଜୀବାଣୁ ସଂକ୍ରମଣ ଯୋଗୁଁ ହୋଇପାରେ ।  କେବଳ ଚୀନ ଓ ଭାରତରେ ୬.୫ ନିୟୁତ ଉଦର କର୍କଟ ମାମଲା ଦେଖାଦେଇପାରେ । ଯଦି ବର୍ତ୍ତମାନ ପ୍ରତିରୋଧକ ଏବଂ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ନ ଆସେ ତେବେ କେବଳ ଭାରତରେ ୧,୬୫୭, ୬୭୦ ମାମଲା ହୋଇପାରେ ବୋଲି ସତର୍କ କରାଇ ଦିଆଯାଇଛି । ଏହି ସ୍ବାସ୍ଥ୍ୟ ସଙ୍କଟକୁ ଏଡ଼ାଇବା ପାଇଁ ଗବେଷକମାନେ ଜନସଂଖ୍ୟା ବ୍ୟାପୀ ଏଚ୍ ପାଇଲୋରି ସ୍କ୍ରିନଂ ଏବଂ ଚିକିତ୍ସା ଉପରେ ଗୁରୁତ୍ବାରୋପ କରିବାକୁ ଆହ୍ବାନ ଦେଇଛନ୍ତି । ଏହି ସମସ୍ୟାର ହଠାତ କୌଣସ ଲକ୍ଷଣ ଦେଖାଯାଏନାହିଁ  । କିନ୍ତୁ ଦୀର୍ଘକାଳୀନ ସଂକ୍ରମଣ ଅଲସର୍ ଓ ଶେଷରେ କର୍କଟ ରୋଗ ସୃଷ୍ଟି କରିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe