କନକ ବ୍ୟୁରୋ: ସମଗ୍ର ବିଶ୍ବରେ ୨୦୦୮ରୁ ୨୦୧୭ ମଧ୍ୟମରେ ଜନ୍ମିତ ୧୫.୬ ନିୟୁତରୁ ଅଧିକ ଲୋକ ସେମାନଙ୍କ ଜୀବନ କାଳ ମଧ୍ୟରେ ଉଦର କର୍କଟ ରୋଗରେ ପୀଡ଼ିତ ହୋଇପାରନ୍ତି ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ପ୍ରାୟ ଦୁଇ ତୃତୟାଂଶ ଏସୀୟ ଏବଂ ଅନେକ ଭାରତୀୟ ବୋଲି ଚେତାବନୀ ଦିଆଯାଇଛି ।
ଗବେଷକଙ୍କ ଅନୁସାରେ, ଭବିଷ୍ୟତରେ ୭୬ ପ୍ରତିଶତ ମାମଲା ହେଲିକୋବ୍ୟାକ୍ଟର ପାଇଲୋରି ନାମକ ଚିକିତ୍ସାଯୋଗ୍ୟ ଜୀବାଣୁ ସଂକ୍ରମଣ ଯୋଗୁଁ ହୋଇପାରେ । କେବଳ ଚୀନ ଓ ଭାରତରେ ୬.୫ ନିୟୁତ ଉଦର କର୍କଟ ମାମଲା ଦେଖାଦେଇପାରେ । ଯଦି ବର୍ତ୍ତମାନ ପ୍ରତିରୋଧକ ଏବଂ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ନ ଆସେ ତେବେ କେବଳ ଭାରତରେ ୧,୬୫୭, ୬୭୦ ମାମଲା ହୋଇପାରେ ବୋଲି ସତର୍କ କରାଇ ଦିଆଯାଇଛି । ଏହି ସ୍ବାସ୍ଥ୍ୟ ସଙ୍କଟକୁ ଏଡ଼ାଇବା ପାଇଁ ଗବେଷକମାନେ ଜନସଂଖ୍ୟା ବ୍ୟାପୀ ଏଚ୍ ପାଇଲୋରି ସ୍କ୍ରିନଂ ଏବଂ ଚିକିତ୍ସା ଉପରେ ଗୁରୁତ୍ବାରୋପ କରିବାକୁ ଆହ୍ବାନ ଦେଇଛନ୍ତି । ଏହି ସମସ୍ୟାର ହଠାତ କୌଣସ ଲକ୍ଷଣ ଦେଖାଯାଏନାହିଁ । କିନ୍ତୁ ଦୀର୍ଘକାଳୀନ ସଂକ୍ରମଣ ଅଲସର୍ ଓ ଶେଷରେ କର୍କଟ ରୋଗ ସୃଷ୍ଟି କରିପାରେ ।