କନକବ୍ୟୁରୋ : ଆଜି ଶନିବାର କିନ୍ତୁ ଖୋଲା ରହିବ ସେୟାର ମାର୍କେଟ ବିଏସିଇ ଓ ଏନଏସଇରେ କାରବାର ହେବା ନେଇ ସୂଚନା ରହିଛି । ଆଉ କିଛି ସମୟ ପରେ ଖୋଲିବ ନିର୍ମଳାଙ୍କ ବଜେଟ ପେଡି ସେନେଇ ଯେତିକି ଉତ୍କଣ୍ଠା ବଢୁଛି ସେନେଇ ସେତିକି ମଧ୍ୟବିତ୍ତ ମଧ୍ୟ ଆଶାବାଦୀ ରହିଛନ୍ତି କଣ ରହିବ ନିର୍ମଳାଙ୍କ ଅର୍ଥପେଡିରେ . ନିର୍ମଳା ସୀତାରମନ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କ ଭବନରେ ପହଂଚି ସାରିଛନ୍ତି ଆଉ ମାତ୍ର କିଛି ସମୟର ଅପେକ୍ଷା ,
କିନ୍ତୁ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ଆଜି ଖୋଲା ରହିବ ସେୟାର ବଜାର , ସେୟାର ବଜାର ଶନିବାର ଖୋଲା ରହିବା ନେଇ ସୂଚନା ରହିଛି ଦେଶରେ ସାଧାରଣ ବଜେଟ ସାଧାରଣ ବଜେଟ ଉପରେ ସାଧାରଣତ ପ୍ରଭାବ ପକାଇଥାଏ ସୁଚନା ଅନୁଯାୟୀ କାରଣ ବଜେଟ ବଜାରର ଦିଶା ନିର୍ଦ୍ଧାରଣ କରେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖ ଦିନ ଦେଶର ବଜେଟ୍ ଉପସ୍ଥାପନ କରିବେ ।
ଏହି ଦିନଟି ଶନିବାର । ସେୟାର ବଜାରରେ ଶନିବାର ଓ ରବିବାର ସାପ୍ତାହିକ ଛୁଟି ଥାଏ । ତେବେ ଏଥର ବଜେଟ ଦିନ ସେୟାର ବଜାର ଖୋଲା ରହିବ। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନଏସଇ) ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ବଜେଟ-୨୦୨୫କୁ ଧ୍ୟାନରେ ରଖି ଶନିବାର ପୁରାଦିନ କାରାବାର କରିବାକୁ ଘୋଷଣା କରିଛନ୍ତି।
ଉଭୟ ଏକ୍ସଚେଞ୍ଜ ଏକ ସର୍କୁଲାରରେ ସ୍ପଷ୍ଟ କରିଛନ୍ତି ଯେ ଫେବୃଆରୀ ୧ ତାରିଖରେ ଲାଇଭ ଟ୍ରେଡିଂ ହେବ ।
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ୧ ଫେବୃଆରୀ ୨୦୨୦ ଓ ୨୮ ଫେବୃଆରୀ ୨୦୧୫ରେ ବଜେଟ ଯୋଗୁ ବଜାର ଶନିବାର ମଧ୍ୟ ଖୋଲା ଥିଲା । ୧ ଫେବୃଆରୀ ଅର୍ଥାତ ଶନିବାର ଦିନ ଅନ୍ୟ ଦିନ ଭଳି ସେୟାର ବଜାର ନିଜର ସ୍ୱଭାବିକ ସମୟରେ ଖୋଲିବ। ଇକ୍ୱିଟି ମାର୍କେଟ୍ ପୂର୍ବାହ୍ନ ୯ଟା ୧୫ ମିନିଟରୁ ମଧ୍ୟାହ୍ନ ୩ଟା ୩୦ ମିନିଟ୍ ପର୍ଯ୍ୟନ୍ତ କାରବାର କରିବ । ତେବେ କମଡିଟି ଡେରିଭେଟିଭ ବଜାରରେ ଟ୍ରେଡିଂ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜାରି ରହିବ।