Photograph: (kanaknews)
କନକ ବ୍ୟୁରୋ : ଉଛୁଳିଲା ସେୟାର ବଜାର। ଆଜି ଭାରତୀୟ ସେୟାର ବଜାରରେ ଐତିହାସିକ ଉତ୍ସାହ ଦେଖିବାକୁ ମିଳିଛି । ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ନୂଆ ବାଣିଜ୍ୟିକ ଚୁକ୍ତି ପରେ ଉପର ମୁହାଁ ସେୟାର ବଜାର । ଆଜି ବଜାରର ସବୁ ପ୍ରମୁଖ ସେୟାର ପ୍ରାୟତଃ ଗ୍ରୀନ୍ ଜୋନ୍ରେ ରହିଛି । ବର୍ତ୍ତମାନ ସେନ୍ସେକ୍ସ ୩,୬୫୬ ପଏଣ୍ଟ ବୃଦ୍ଧିପାଇ ୮୫,୩୨୩ ପଏଣ୍ଟରେ ପହଞ୍ଚି ପାରିଛି। ନିଫ୍ଟି ୧,୨୧୯ ପଏଣ୍ଟ ବଢ଼ି ପାଇ ୨୬,୩୦୮ରେ ପହଞ୍ଚିଛି ।
ଅଧିକ ପଢନ୍ତୁ...ଲଘୁ ଖଣିଜ ସମ୍ପଦ ପାଇଁ ଆସିଲା ନୂଆ ମାର୍ଗଦର୍ଶିକା : ଏମ୍ଏସ୍ପି ଆଧାରରେ ମିଳିବ ବାଲି ଓ ପଥର
ସେପଟେ ବିଶ୍ବ ବଜାରରେ ଅସ୍ତିର ରହିଛି ସୁନା, ରୂପା ଦର। ଗତକାଲି ହ୍ରାସ ପରେ ଆଜି ବୃଦ୍ଧି ପାଇଛି ସୁନା, ରୁପା ଦର । ତେବେ ଅନ୍ତର୍ଜାତୀୟ ବଜାରରେ ଦର ବଢିଥିଲେ ମଧ୍ୟ ଭାରତୀୟ ବଜାରରେ ଏବଂ ସ୍ଥାନୀୟ ଓଡ଼ିଶା ବଜାରରେ ସୁନା, ରୁପା ଦର ତଳମୁହାଁ ରହିଛି । ଆଜି ସୁନା ଦର ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୧ ଲକ୍ଷ ୪୩ ହଜାର ରହିଛି। ସେହିପରି ରୂପା ଦର ୨ ଲକ୍ଷ ୯୯ ହଜାର ରହିଛି ।
Follow Us