ଷ୍ଟକ୍ ବଜାରରେ ଭୂକମ୍ପ: ଟ୍ରମ୍ପଙ୍କ ୨୦୦% ଶୁଳ୍କ ଧମକ ଯୋଗୁ ଏସୀୟ ବଜାରରେ ସଙ୍କଟ

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବୋମା ବିଶ୍ୱ ଷ୍ଟକ୍ ବଜାର ପାଇଁ ସଙ୍କଯ ସୃଷ୍ଟି କରିଛି। ଟ୍ରମ୍ପ ପ୍ରତିଦିନ ଶୁଳ୍କ ଧମକ ଦେବାରେ ଲାଗିଛନ୍ତି। ଏହାର ପ୍ରଭାବ ଆମେରିକା ଷ୍ଟକ୍ ବଜାର ସହିତ ଏସୀୟ ଷ୍ଟକ୍ ବଜାରରେ ଅନିଶ୍ଚିତ ସ୍ଥିତି ଜାରି ରହିଛି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବୋମା ବିଶ୍ୱ ଷ୍ଟକ୍ ବଜାର ପାଇଁ ସଙ୍କଯ ସୃଷ୍ଟି କରିଛି। ଟ୍ରମ୍ପ ପ୍ରତିଦିନ ଶୁଳ୍କ ଧମକ ଦେବାରେ ଲାଗିଛନ୍ତି। ଏହାର ପ୍ରଭାବ ଆମେରିକା ଷ୍ଟକ୍ ବଜାର ସହିତ ଏସୀୟ ଷ୍ଟକ୍ ବଜାରରେ ଅନିଶ୍ଚିତ ସ୍ଥିତି ଜାରି ରହିଛି

21bbs_7_21012026_111

Photograph: (kanaknews)

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବୋମା ବିଶ୍ୱ ଷ୍ଟକ୍ ବଜାର ପାଇଁ ସଙ୍କଯ ସୃଷ୍ଟି କରିଛି। ଟ୍ରମ୍ପ ପ୍ରତିଦିନ ଶୁଳ୍କ ଧମକ ଦେବାରେ ଲାଗିଛନ୍ତି। ଏହାର ପ୍ରଭାବ ଆମେରିକା ଷ୍ଟକ୍ ବଜାର ସହିତ ଏସୀୟ ଷ୍ଟକ୍ ବଜାରରେ ଅନିଶ୍ଚିତ ସ୍ଥିତି ଜାରି ରହିଛି। ଜାପାନଠାରୁ ଆରମ୍ଭ କରି ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ଏନେଇ ବୁଧବାର ଆତଙ୍କ ଦେଖାଦେଇଛି। ଏହାକୁ ନେଇ ପୂର୍ବରୁ ଖରାପ ସ୍ଥିତିରେ ଥିବା ଭାରତୀୟ ଷ୍ଟକ୍ ବଜାର ପାଇଁ ମଧ୍ୟ ସଙ୍କଟ ସୃଷ୍ଟି ହୋଇଛି।

୨୦୦% ଶୁଳ୍କ ଲଗାଇବାକୁ ଧମକ 
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୮ଟି ୟୁରୋପୀୟ ଦେଶ ଉପରେ ୧୦% ଶୁଳ୍କ ଲଗାଇବା ଘୋଷଣା କରିଛନ୍ତି। ଏହା ଫେବ୍ରୁଆରୀ ୧ ରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଆମେରିକାର ଗ୍ରିନ୍‌ଲାଣ୍ଡ ଯୋଜନାର ବିରୋଧ କରାଯିବାରୁ ଟ୍ରମ୍ପ ଶୁଳ୍କ ଚେତାବନୀ ଦେଇ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି ଗ୍ରିନ୍‌ଲାଣ୍ଡ ଦଖଲ କରିବାରେ କୌଣସି ବାଧା ଉପୁଜେ, ତେବେ ଜୁନ୍ ୧ ରୁ ଶୁଳ୍କକୁ ୨୫% ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଏହା ସହିତ ଟ୍ରମ୍ପ ଫରାସୀ ମଦ ଓ ସାମ୍ପେନ ଉପରେ ୨୦୦% ଶୁଳ୍କ ଲଗାଇବା ପାଇଁ ଧମକ ଦେଇଛନ୍ତି। 

ରାହୁଲଙ୍କୁ ମିଳିଲା ଜେଜେ ଫିରୋଜଙ୍କ ଡ୍ରାଇଭିଂ ଲାଇସେନ୍ସ, ଖୁସିରେ ମା’ ସୋନିଆଙ୍କୁ ପଠାଇଲେ ଫଟୋ

ଜାପାନରୁ କୋରିଆ ପର୍ଯ୍ୟନ୍ତ ଆତଙ୍କ

ଟ୍ରମ୍ପଙ୍କ ଏହି ନୂଆ ଧମକ ଏସୀୟ ଷ୍ଟକ୍ ବଜାର ଉପରେ ସିଧାସଳଖ ପ୍ରଭାବ ପକାଇଛି । ବୁଧବାର ଏସୀୟ ଷ୍ଟକ୍ ବଜାରରେ କାରବାର ଆରମ୍ଭରୁ ଖରାପ ରହିଛି। ଜାପାନ ନିକ୍କେଇ ୨୯୭ ପଏଣ୍ଟ ହ୍ରାସ ପାଇ ୫୨,୬୯୩ ରେ କାରବାର କରିଥିଲା। ପ୍ରାରମ୍ଭିକ ବ୍ୟବସାୟରେ ଏହା ୭୯୬ ପଏଣ୍ଟ ହ୍ରାସ ପାଇ ୫୨,୧୯୪ରେ ପହଞ୍ଚିଥିଲା। ହଂକଂର ହ୍ୟାଙ୍ଗ ସେଙ୍ଗ ୧୧୨ ପଏଣ୍ଟ ହ୍ରାସ ପାଇ ୧୬,୪୨୩ରେ ପହଞ୍ଚିଛି। ଦକ୍ଷିଣ କୋରିଆର କୋସ୍ପି ସୂଚକାଙ୍କ ମଧ୍ୟ ୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଅନ୍ୟାନ୍ୟ ବଜାର ମଧ୍ୟରେ ଅଷ୍ଟ୍ରେଲିଆର ଏସ୍‌ ଆଣ୍ଡ୍ ପି/ଏଏସ୍‌ଏକ୍ସ୍‌ ୨୦୦, ଡିଏଏକ୍ସ୍ ଓ ସିଏସି ମଧ୍ୟ ରେଡ୍ ଜୋନ୍‌ରେ ରହିଥିବାରୁ ଜଣାପଡ଼ିଛି। 

ନିଜ ଗୋଡରେ ଚୋଟ ମାରି ଆମେରିକା ଖରାପ ପରିସ୍ଥିତି
ଟ୍ରମ୍ପଙ୍କ ଟାରିଫର ପ୍ରଭାବ ଏସୀୟ ବଜାର ସହିତ ଆମେରିକାରେ ମଧ୍ୟ ଅନୁଭୂତ ହୋଇଛି। ଗତ ବ୍ୟବସାୟ ଦିବସରେ ଆମେରିକୀୟ ଷ୍ଟକ୍ ବଜାର ହ୍ରାସ ପାଇବା ସହିତ ବନ୍ଦ ହୋଇଥିଲା। ଡାଉ ଜୋନ୍ସ ୮୭୦ ପଏଣ୍ଟର ହ୍ରାସ ସହିତ ୪୮,୫୦୯କୁ ଖସି ଆସିଥିଲା। ସେହିପରି ଏସ୍‌ ଆଣ୍ଡ୍ ପି ୫୦୦ ସୂଚକାଙ୍କ ମଧ୍ୟ ଭୁଶୁଡ଼ି ପଡ଼ିଛି। ବନ୍ଦ ହେବା ସମୟରେ ଏହା ୧୪୩ ପଏଣ୍ଟ ହ୍ରାସ ପାଇ ୬୮୧୭ ରେ ବନ୍ଦ ହୋଇଥିଲା।

ସେନସେକ୍ସ ଓ ନିଫ୍ଟି ଖରାପ ସ୍ଥିତିରେ
ଟ୍ରମ୍ପଙ୍କ ଶୁଳ୍ ଧମକ କ ଯୋଗୁ ବିଶ୍ୱ ବଜାରରେ ଦେଖାଦେଇଥିବା ଅସ୍ଥିରତାର ପ୍ରଭାବ ଗତ କିଛି ଦିନ ଧରି ଭାରତୀୟ ଷ୍ଟକ ବଜାର ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ଗତ ବ୍ୟବସାୟ ଦିବସରେ ମଙ୍ଗଳବାର ସେନସେକ୍ସ ଓ ନିଫ୍ଟିରେ ବଡ଼ ଧରଣର ହ୍ରାସ ଦେଖାଯାଇଥିଲା। ୮୩,୨୦୭ରେ ଖୋଲିବା ପରେ ବିଏସ୍‌ଇ ସେନସେକ୍ସ ୧୦୬୬ ପଏଣ୍ଟ ହ୍ରାସ ପାଇ ୮୨,୧୮୦.୪୭ରେ ବନ୍ଦ ହୋଇଥିଲା। ସେହିପରି ଏନଏସ୍‌ ନିଫ୍ଟି ୨୫,୫୮୦ରେ ଖୋଲିବା ପରେ ୩୫୩ ପଏଣ୍ଟ ହ୍ରାସ ପାଇ ୨୫,୨୩୨ରେ ବନ୍ଦ ହୋଇଥିଲା।

--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe