କନକ ବ୍ୟୁରୋ : କେନ୍ଦ୍ର ବଜେଟ୍ ୨୦୨୬ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫ୍ୟୁଚର୍ସ ଓ ବିକଳ୍ପ (ଏଫ ଆଣ୍ଡ ଓ) ବାଣିଜ୍ୟ ଉପରେ ସିକ୍ୟୁରିଟିଜ୍ ଟ୍ରାଞ୍ଜାକ୍ସନ୍ ଟ୍ୟାକ୍ସ (ଏସ୍ଟିଟି) ବୃଦ୍ଧି ଘୋଷଣା କରିବା ପରେ ବେଞ୍ଚମାର୍କ ସୂଚକାଙ୍କ ସେନସେକ୍ସ ଓ ନିଫ୍ଟି ଦିନର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।
ସେନସେକ୍ସ ଓ ନିଫ୍ଟି ଉଭୟ କ୍ରାସ୍
ବିଏସ୍ଇ ସେନସେକ୍ସ ଦିନର ସର୍ବନିମ୍ନ ସ୍ତରରେ ୮୧,୧୨୯ ପଏଣ୍ଟ ଛୁଇଁଛି । ଏହା ୧,୧୪୦ ପଏଣ୍ଟ ଅର୍ଥାତ୍ ୧.୩୯% ହ୍ରାସ ପାଇଛି । ସେହିପରି ଏନ୍ଏସ୍ଇ ନିଫ୍ଟି ୫୦୩୫୬ ପଏଣ୍ଟ ଅର୍ଥାତ୍ ୧.୪୧% ହ୍ରାସ ପାଇ ୨୪,୯୬୫ରେ କାରବାର କରିଛି । ବଜେଟ୍ ଭାଷଣରେ,ସୀତାରମଣ ଘୋଷଣା କରିଥିଲେ ଯେ ଫ୍ୟୁଚର୍ସ ଟ୍ରେଡ ଉପରେ ସ୍ୱତନ୍ତ୍ର ଟିକସ ୦.୦୨% ରୁ ୦.୦୫% କୁ ବୃଦ୍ଧି କରାଯିବ । ଏହା ବ୍ୟତୀତ ବିକଳ୍ପ ପ୍ରିମିୟମ ଉପରେ ସ୍ୱତନ୍ତ୍ର ଟିକସ ୦.୧% ରୁ ୦.୧୫% କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ । ଏହା ଷ୍ଟକ୍ ବଜାର ଉପରେ ନକାରାତ୍ମକ ପ୍ରଭାବ ପକାଇଥିଲା । ବିସ୍ତୃତ ବଜାରରେ ମଧ୍ୟ ହ୍ରାସ ଘଟିଥିଲା । ନିଫ୍ଟି ମିଡକ୍ୟାପ୍ ୧୦୦ରେ ୨.୭7% ଓ ନିଫ୍ଟି ସ୍ମଲକ୍ୟାପ୍ ୧୦୦ରେ ୩.୪% ହ୍ରାସ ଘଟିଥିଲା ।
ଅଧିକ ପଢ଼ନ୍ତୁ---ବଜେଟ୍ ୨୦୨୬–୨୭ରେ ହାଇସ୍ପିଡ୍ ରେଳ କରିଡରକୁ ବଡ଼ ଘୋଷଣା , ଦେଶର ପ୍ରମୁଖ ସହର ଯୋଡିବେ ନୂଆ ରେଳ ଲାଇନ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/01/stock-market-2026-02-01-13-31-38.jpg)