କନକ ବ୍ୟୁରୋ: ଆମେରିକା ଟାରିଫ୍‌ ବୃଦ୍ଧିର ପ୍ରଭାବ । ଭୁଶୁଡ଼ି ପଡିଛି ସେୟାର ବଜାର । କାରବାର ଆରମ୍ଭରୁ ଖସିଛି ସେନସେକ୍ସ ଓ ନିଫ୍‌ଟି । ମାତ୍ର ୧୦ ସେକେଣ୍ଡରେ ୧୯ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ରିଲାଏନ୍ସ, ଟାଟା, ଆଦାନୀ, ଏନଟିପିସି ଭଳି ବଡ଼ ବଡ଼ କମ୍ପାନୀର ସେୟାରରେ ବିପୁଳ କ୍ଷତି ହୋଇଛି ।

Advertisment

ଭାରତୀୟ ସେୟାର ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଜିର ଷ୍ଟକ୍ ମାର୍କେଟ୍ କ୍ରାସ୍ ସହିତ ସେନ୍ସେକ୍ସ ଏବଂ ନିଫ୍ଟି ପ୍ରାୟ ୧୦ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି ଏବଂ ବିଶ୍ବ ବଜାରରେ ବ୍ୟାପକ ଅସ୍ଥିରତା ହେତୁ ଏହା ଆହୁରି ହ୍ରାସ ପାଇପାରେ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି ।

ଆଜିର ବଜାର ତଳକୁ ଖସିବା ଏତେ ଭୟଙ୍କର ଥିଲା ଯେ ବିଏସ୍‌ଇ ତାଲିକାଭୁକ୍ତ ସଂସ୍ଥାଗୁଡ଼ିକ ବଜାରରୁ ପ୍ରାୟ ୧୯ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି । ସେନ୍‌ସେକ୍ସରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ କୋଟି କୋଟି ଟଙ୍କା ହରାଇଛନ୍ତି ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଟିକସ ଲଗାଇବା ପରେ ସମଗ୍ର ବିଶ୍ବର ଷ୍ଟକ୍ ବଜାର ଅସ୍ଥିର ହୋଇପଡ଼ିଛି । ସବୁଠୁ ଅଧିକ ଅସ୍ଥିର ହୋଇଛି ଆମେରିକାର ଷ୍ଟକ୍ ବଜାର ।

ଆମେରିକା ଉପରେ ଚୀନ୍ ପାଲଟା ଟିକସ ଲଗାଇବା ପରେ ଆଗକୁ ବାଣିଜ୍ୟ ଲଢ଼େଇ ତୀବ୍ର ହେବ ବୋଲି ନିବେଶକମାନେ ଆଶଙ୍କା କରୁଛନ୍ତି । ଯାହର ପ୍ରଭାବ ଭାରତ ଉପରେ ପଡୁଥିବାର ବି ଦେଖିବାକୁ ମିଳୁଛି