ସେୟାର ବଜାରରେ କଳା ସୋମବାର, ୧୯ ଲକ୍ଷ କୋଟି ହରାଇଲେ ନିବେଶକ

Advertisment

ସେନ୍‌ସେକ୍ସରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ ସାରା ବିଶ୍ବରେ କୋଟି କୋଟି ଟଙ୍କା ହରାଇ ନିବେଶକମାନେ ଚିନ୍ତାରେ ପଡିଯାଇଛନ୍ତି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକାର ଷ୍ଟକ୍ ବଜାର ।

Updated On

ସେନ୍‌ସେକ୍ସରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ ସାରା ବିଶ୍ବରେ କୋଟି କୋଟି ଟଙ୍କା ହରାଇ ନିବେଶକମାନେ ଚିନ୍ତାରେ ପଡିଯାଇଛନ୍ତି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକାର ଷ୍ଟକ୍ ବଜାର ।

ଅଦ୍ୟତନ ହୋଇଛି
49-stock

କନକ ବ୍ୟୁରୋ: ଶୁକ୍ରବାର ପରେ ସୋମବାର ଭାତତୀୟ ସେୟାର ବଜାରରେ ପୁଣି ବିପୁଳ ହ୍ରାସ ଘଟିଛି । ଟ୍ରମ୍ପଙ୍କ ନୂଆ ଟାରିଫର ପ୍ରଭାବ ସାରା ବିଶ୍ବ ବଜାରରେ ପଡିଛି । ଏଥିପାଇଁ ଭାରତୀୟ ସେୟାର୍‌ ବଜାରକୁ ବ୍ୟାପକ ପରିମାଣରେ କ୍ଷତି ସହିବାକୁ ପଡିଛି । ସେୟାର ମାର୍କେଟ ପାଇଁ ଆଜି କଳା ସୋମବାର ସାବ୍ୟସ୍ତ ହୋଇଛି ।  ବିଏସ୍‌ଇ ୨, ୨୨୭ ପଏଣ୍ଟ (୨.୯୫%) ହ୍ରାସ ପାଇ ୭୩, ୧୩୭.୯୦ରେ ପହଞ୍ଚିଛି । ନିଫ୍‌ଟି ୫୦ ୭୪୩ ପଏଣ୍ଟ (୩.୨୪%) ଖସି ୨୨୧୬୧ ଛୁଇଁଛି । ସେନ୍‌ସେକ୍ସ ଏବଂ ନିଫ୍ଟି ପ୍ରାୟ ୧୦ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି । ସେୟାର ବଜାର ତଳକୁ ଖସିବା ଯୋଗୁଁ ନିବେଶକମାନେ ୨୦.୧୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ବିଏସ୍ଇର ଟପ୍ ୩୦ କମ୍ପାନିର ସେୟାର ୫.୨୨% ହ୍ରାସ ପାଇଛି । ବିଶ୍ବ ବଜାରରେ ବ୍ୟାପକ ଅସ୍ଥିରତା ହେତୁ ଏହା ଆହୁରି ହ୍ରାସ ପାଇପାରେ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି ।

ଟପ୍ ୩୦ କମ୍ପାନିର ୫%ରୁ ଅଧିକ କ୍ଷତି
୩୦୦୦ ତଳକୁ ଖସିଲା ସେନ୍‌ସେକ୍ସ

ସେନ୍‌ସେକ୍ସରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ ସାରା ବିଶ୍ବରେ କୋଟି କୋଟି ଟଙ୍କା ହରାଇ ନିବେଶକମାନେ ଚିନ୍ତାରେ ପଡିଯାଇଛନ୍ତି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକାର ଷ୍ଟକ୍ ବଜାର । ଆମେରିକୀୟ କମ୍ପାନି ନସଦାକ୍ ଫିଚରର ସେୟାର ୪%, ଏସ୍ ଆଣ୍ତ ପି ୩.୧% ହ୍ରାସ ପାଇଛି । ଜାପାନର ନିକେଇ(୭%), ଦକ୍ଷିଣ କୋରିଆର କୋସପି(୫%) ସେୟାର ହ୍ରାସ,  ଚୀନର ବ୍ଲୁ ଚିପ୍(୭%), ହଙ୍କଙ୍ଗ୍ ହାଙ୍ଗ୍ ସେଙ୍ଗ୍ ସେୟାରରେ (୧୦.୫%) ହ୍ରାସ  ପାଇଛି ।

କାହିଁକି ଖସୁଛି ସେୟାର ବଜାର? 
ଡୋନାଲ୍ଡ ଟ୍ରମ୍ପ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଟିକସ ଲଗାଇବା
ଆମେରିକାର ଟାରିଫ୍ ଯୋଗୁ ସମଗ୍ର ବିଶ୍ବର ଷ୍ଟକ୍ ବଜାର ଅସ୍ଥିର 
ଭାରତୀୟ ବଜାରରୁ ବୈଦେଶିକ ନିବେଶକଙ୍କ ଅର୍ଥ ଫେରସ୍ତ
ଆରବିଆଇର ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବୈଠକ
ଆର୍ଥିକ ମାନ୍ଦାବସ୍ଥା ଆସିବା ନେଇ ଭୟ
ଚୀନ-ଆମେରିକା ମଧ୍ୟରେ ଟାରିଫ୍ ୱାର
 
ବିଶ୍ବ ବାଣିଜ୍ୟର ଦୁଇ ବଡ଼ ପ୍ରତିଦ୍ବନ୍ଦୀ ଆମେରିକା ଓ ଚୀନ ପରସ୍ପର ଉପରେ ଶୁଳ୍କ ଲାଗୁ କରିଛନ୍ତି । ଆସନ୍ତା ୧୦ ତାରିଖରୁ ଆମେରିକାର ସବୁ ସାମଗ୍ରୀ ଉପରେ ୩୪% ଶୁଳ୍କ ଧାର୍ଯ୍ୟ କରିଛି ବେଜିଂ । ଯାହାକୁ ନେଇ ଆଗକୁ ଟ୍ରେଡ୍ ୱାର ତୀବ୍ର ହେବ ବୋଲି ନିବେଶକମାନେ ଆଶଙ୍କା କରୁଛନ୍ତି । ଯାହାର ପ୍ରଭାବ ଭାରତ ଉପରେ ପଡୁଥିବାର ବି ଦେଖିବାକୁ ମିଳୁଛି । କାଲି ସେୟାର ବଜାର ଉପରେ କ’ଣ ପ୍ରଭାବ ପଡୁଛି ତାହା ଉପରେ ନଜର ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe