ସେୟାର ବଜାରରେ ଯୁଦ୍ଧର ପ୍ରଭାବ, ଖସିଲା ସେନ୍‌ସେକ୍ସ ଓ ନିଫ୍ଟ

ସେପଟେ ଅନ୍ତର୍ଜାତୀୟ ବଜାରରେ ୨ ପ୍ରତିଶତ ବଢ଼ିଲା ଅଶୋଧିତ ତୈଳ ଦର ।

ସେୟାର ବଜାରରେ ଯୁଦ୍ଧ ଝଡ଼

ସେୟାର ବଜାରରେ ଯୁଦ୍ଧ ଝଡ଼ Photograph: (KanakNews)

କନକ ବ୍ୟୁରୋ:  ସେୟାର ବଜାରରେ ଯୁଦ୍ଧର ପ୍ରଭାବ । ଇରାନ ଉପରେ ଆମେରିକାର ଆକ୍ରମଣ ପରେ ସେନସେକ୍ସ ୬୦୦ ପଏଣ୍ଟ ତଳକୁ ଖସିଛି । ସକାଳୁ ମାର୍କେଟ ଖୋଲିବା ପରେ ୬୦୦ ପଏଣ୍ଟ ଖସିଥିବା ବଳେ ନିଫ୍ଟି ୧୮୦ ପଏଣ୍ଟ ଖସିଛି । କେବଳ ଭାରତରେ ନୁହେଁ ବିଶ୍ବ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ଏନର୍ଜୀ ମାର୍କେଟରେ ମଧ୍ୟ ପ୍ରଭାବ ।

 ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୨ ପ୍ରତିଶତ ବଢିଛି । ବିଶ୍ବର ପଞ୍ଚମ କ୍ରୁଡ ଅଏଲ ତଥା ଇରାନ ଷ୍ଟ୍ରେଟ ଅଫ ହାର୍ମୁଜ ବନ୍ଦ କରିବାକୁ ଅଶୋଧିତ ତେଲ ଦର ବଢିଛି । ଇରାନ ହେଉଛି ବିଶ୍ବର ନବମ ତେଲ ଉତ୍ପାଦନକାରୀ ସଂସ୍ଥା । ଏବଂ ଦିନକୁ ପ୍ରାୟ ୩ ଦଶମିକ ୩ ମିଲିୟନ ବ୍ୟାରେଲ କ୍ରୁଡ ଅଏଲ ଉତ୍ପାଦନ କରିଥାଏ । ଯୁଦ୍ଧ ଯୋଗୁ ଏବେ ତେଲ ବଜାରରେ ପ୍ରଭାବ ପଢିଛି । ଆଗାମୀ ଦିନରେ ପେଟ୍ରୋଲ ଓ ଡିଲେଜ ଦର ବଢିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe