କନକ ବ୍ୟୁରୋ: ସେୟାର ବଜାରରେ ଯୁଦ୍ଧର ପ୍ରଭାବ । ଇରାନ ଉପରେ ଆମେରିକାର ଆକ୍ରମଣ ପରେ ସେନସେକ୍ସ ୬୦୦ ପଏଣ୍ଟ ତଳକୁ ଖସିଛି । ସକାଳୁ ମାର୍କେଟ ଖୋଲିବା ପରେ ୬୦୦ ପଏଣ୍ଟ ଖସିଥିବା ବଳେ ନିଫ୍ଟି ୧୮୦ ପଏଣ୍ଟ ଖସିଛି । କେବଳ ଭାରତରେ ନୁହେଁ ବିଶ୍ବ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ଏନର୍ଜୀ ମାର୍କେଟରେ ମଧ୍ୟ ପ୍ରଭାବ ।
ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୨ ପ୍ରତିଶତ ବଢିଛି । ବିଶ୍ବର ପଞ୍ଚମ କ୍ରୁଡ ଅଏଲ ତଥା ଇରାନ ଷ୍ଟ୍ରେଟ ଅଫ ହାର୍ମୁଜ ବନ୍ଦ କରିବାକୁ ଅଶୋଧିତ ତେଲ ଦର ବଢିଛି । ଇରାନ ହେଉଛି ବିଶ୍ବର ନବମ ତେଲ ଉତ୍ପାଦନକାରୀ ସଂସ୍ଥା । ଏବଂ ଦିନକୁ ପ୍ରାୟ ୩ ଦଶମିକ ୩ ମିଲିୟନ ବ୍ୟାରେଲ କ୍ରୁଡ ଅଏଲ ଉତ୍ପାଦନ କରିଥାଏ । ଯୁଦ୍ଧ ଯୋଗୁ ଏବେ ତେଲ ବଜାରରେ ପ୍ରଭାବ ପଢିଛି । ଆଗାମୀ ଦିନରେ ପେଟ୍ରୋଲ ଓ ଡିଲେଜ ଦର ବଢିବ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/06/23/stock-market-2025-06-23-10-20-00.jpg)