କ୍ରିକେଟ ଜଗତରେ ହଲଚଲ, ପୂର୍ବତନ ଅଧିନାୟକ ଧୋନୀଙ୍କ ଉପରେ ସେହ୍ୱାଗଙ୍କ ବଡ଼ ଅଭିଯୋଗ, ମନେ ପକାଇଲେ ୧୮ ବର୍ଷ ତଳର ଘଟଣା

କିନ୍ତୁ ସଚିନ ତେନ୍ଦୁଲକରଙ୍କ ପରାମର୍ଶ ତାଙ୍କୁ ଏହି ନିଷ୍ପତ୍ତିରୁ ବିରତ କରିଥିଲା। ଏହି ଘଟଣା ୨୦୦୭-୦୮ କମନୱେଲ୍‌ଥ ବ୍ୟାଙ୍କ ସିରିଜ ସମୟରେ ଘଟିଥିଲା, ଯେତେବେଳେ ସେହ୍ୱାଗ ୫ଟି ମ୍ୟାଚ୍‌ରେ ମାତ୍ର ୮୧ ରନ୍ ସଂଗ୍ରହ କରିଥିଲେ। ଧୋନୀଙ୍କ ନିଷ୍ପତ୍ତି ପରେ ସେହ୍ୱାଗ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ ଏବଂ ଅବସର ନେବାକୁ ଚିନ୍ତା କରିଥିଲେ। କିନ୍ତୁ ସଚିନଙ୍କ ସମର୍ଥନ ଓ ପରାମର୍ଶ ତାଙ୍କୁ ପୁନଶ୍ଚ ଖେଳିବାକୁ ପ୍ରେରଣା ଦେଇଥିଲା।

47

କନକ ବ୍ୟୁରୋ : ଭାରତୀୟ କ୍ରିକେଟର ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ୱାଗ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେହ୍ବାଗ କହିଛନ୍ତି, ୨୦୦୮ ମସିହାରେ ଅଷ୍ଟ୍ରେଲିଆ ଗସ୍ତରେ ପୂର୍ବତନ ଅଧିନାୟକ ଏମଏସ୍ ଧୋନୀ ତାଙ୍କୁ ଏକାଦଶରୁ ବାହାର କରିଥିଲେ, ଯାହା ପରେ ସେହ୍ବାଗ ଏକଦିବସୀୟ କ୍ରିକେଟରୁ ଅବସର ନେବା ବିଷୟରେ ଚିନ୍ତା କରିଥିଲେ । କିନ୍ତୁ ସଚିନ ତେନ୍ଦୁଲକରଙ୍କ ପରାମର୍ଶ ତାଙ୍କୁ ଏହି ନିଷ୍ପତ୍ତିରୁ ବିରତ କରିଥିଲା। ଏହି ଘଟଣା ୨୦୦୭-୦୮ କମନୱେଲ୍‌ଥ ବ୍ୟାଙ୍କ ସିରିଜ ସମୟରେ ଘଟିଥିଲା, ଯେତେବେଳେ ସେହ୍ୱାଗ ୫ଟି ମ୍ୟାଚ୍‌ରେ ମାତ୍ର ୮୧ ରନ୍ ସଂଗ୍ରହ କରିଥିଲେ। ଧୋନୀଙ୍କ ନିଷ୍ପତ୍ତି ପରେ ସେହ୍ୱାଗ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ ଏବଂ ଅବସର ନେବାକୁ ଚିନ୍ତା କରିଥିଲେ। କିନ୍ତୁ ସଚିନଙ୍କ ସମର୍ଥନ ଓ ପରାମର୍ଶ ତାଙ୍କୁ ପୁନଶ୍ଚ ଖେଳିବାକୁ ପ୍ରେରଣା ଦେଇଥିଲା। ପରେ ସେହ୍ୱାଗ ଶତକ ସହିତ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ୨୦୧୧ ବିଶ୍ୱକପ ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେହ୍ୱାଗ ମୋଟ ୨୫୧ଟି ଏକଦିବସୀୟ ମ୍ୟାଚରେ ୮୨୭୩ ରନ୍ ସଂଗ୍ରହ କରିଥିଲେ। ଜାତୀୟ ଗଣମାଧ୍ୟମରେ ସେହ୍ବାଗ ଦେଇଥିବା ସାକ୍ଷାତକାରରେ ଧୋନୀଙ୍କ ସହ ଥିବା ମତଭେଦକୁ ପୁଣି ଥରେ ଆଲୋଚନାକୁ ଆଣିଛି ।

ଗ୍ରେଗ୍ ଚାପେଲ- ଗାଙ୍ଗୁଲି  ବିବାଦ ପରେ ସେହ୍ବାଗ ଧୋନୀଙ୍କ ଉପରେ ଲଗାଇଥିବା ଅଭିଯୋଗ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ମାତ୍ରାରେ ଧୋନୀ ମଧ୍ୟ ଟିମ୍ ହିତ ପାଇଁ କଠୋର ନିଷ୍ପତ୍ତି ନେଇଥିଲେ ଯେମିତିକି, ଫର୍ମରେ ନଥିବା ଖେଳାଳିଙ୍କୁ ଦଳରେ ନରଖିବା କାହିଁକି ନା ସେମାନଙ୍କ ଖରାପ ଫର୍ମ ବାକି ଖେଳାଳିଙ୍କୁ ଉପରେ ପ୍ରଭାବ ପକାଇପାରେ ଏବଂ ୨୦୧୧ ବିଶ୍ବକପକୁ ଲକ୍ଷ୍ୟ କରି କିଛି ବରିଷ୍ଠ ଖେଳାଳିଙ୍କ ଫିଟନେସ୍ ମଧ୍ୟ ଠିକ୍ ନଥିଲା ଏମିତିକି ଫିଲ୍ଡିଂ ବେଳେ ସମସ୍ୟା ଦେଖା ଯାଉଥିଲା, ବିସିସିଆଇକୁ ହୁଏତ ଧୋନୀଙ୍କ ଏହି କଥା ସେହ୍ବାଗଙ୍କୁ ଦଳରୁ ଦୂରରେ ରଖିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe