କନକ ବ୍ୟୁରୋ: ବେଆଇନ କଫ୍ ସିରଫକୁ ନେଇ ଆକ୍ସନ ମୋଡ଼ରେ ଏସଟିଏଫ ଏବଂ ଡ୍ରଗ କଣ୍ଟ୍ରୋଲର I କଟକରେ ରେଡ କରିବା ପରେ ଭୁବନେଶ୍ବରରେ ବିଳମ୍ବିତ ରାତିରେ ରେଡ କରି ବିପୁଳ ପରିମାଣର କପ୍ ସୀରଫ ଜବତ ହୋଇଛି । ଶୁକ୍ରବାର ବିଳମ୍ୱିତ ରାତିରେ ଭୁବନେଶ୍ୱରର ମଞ୍ଚେଶ୍ୱର୍ ଅଞ୍ଚଳର ଏକ କୋରିଅର କମ୍ପାନୀର ଗୋଦାମରୁ ବେଆଇନ କଫ ସିରଫ ଜବତ କରିଛି ଏଷ୍ଟିଏଫ୍ ଏବଂ ଡ୍ରଗ କଣ୍ଟ୍ରୋଲର । ଏହି ବେଆଇନ କଫ ସିରଫ ଗୁଡିକ ବିହାରର ପାଟନା ଓ ଝାଡ଼ଖଣ୍ଡ ରୁ ଆସୁଥିବାର ସୂଚନା ମିଳିଛି। କୋଟିଏ ଟଙ୍କାରୁ ଉର୍ଦ୍ଧ ଟଙ୍କାର କଫ ସିରଫ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି I
କଟକ ଓ ଭୁବନେଶ୍ବରରୁ ଏହା ରାଜ୍ୟର ବିଭିନ୍ନ ସ୍ଥାନକୁ ବିକ୍ରି କରିବାକୁ ପଠା ଯାଏ । କୋରିୟର ସାହାଯ୍ୟରେ କଟକ ଓ ଭୁବନେଶ୍ୱର ପାଇଁ ଆସୁଥିଲା କୋଟି କୋଟି ଟଙ୍କାର କଫ ସିରଫ। ଏହି ଘଟଣାରେ କଫ ସିରଫ ମାଫିଆ କୁହାଯାଉଥିବା ଅଂଶୁମାନ ଅଭିଜିତ ସାହୁକୁ ଗିରଫ କରିଛି ସ୍ୱତନ୍ତ୍ର ଟିମ I ଟାଙ୍ଗୀର ଏକ ଗାଁ ଭିତରୁ ଉଠାଇ ଆଣି ପଚରା ଉଚରା କରୁଛି ତଦନ୍ତକାରୀ ଟିମ I ଦୀର୍ଘଦିନ ଧରି କୋରିଅର ସଂସ୍ଥାରେ ଏଭଳି ବେଆଇନ କାରବାର ଚାଲିଥିଲା । ଏସଟିଏଫ୍, ଜିଲ୍ଲା ପ୍ରଶାସନ ଓ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ମିଳିତ ଉଦ୍ୟମରେ ଚଢାଉ ବେଳେ ଧରାପଡିଛି । ପୂର୍ବରୁ ବିଭିନ୍ନ ସମୟରେ ବଲାଙ୍ଗୀର ଜିଲ୍ଲାରେ ବେଆଇନ୍ କଫ୍ ସିରଫ୍ କାରବାର ଚାଲୁଥିବାର ନଜରକୁ ଆସିଛି। ଏବେ ଏହା ଉପକୂଳ ଓଡ଼ିଶାକୁ ମାଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/01/stf-2025-08-01-07-26-21.jpg)