କନକ ବ୍ୟୁରୋ: ନୟାଗଡ଼ ଭାପୁରରେ ସାବତ ମାଆର ଅମାନବୀୟ କାଣ୍ଡ । ୨୦ ଟଙ୍କାର ଦହିବରା କିଣି ଖାଇଦେବାରୁ ନାବାଳିକା ଝିଅକୁ ପିଟି ପିଟି ମାରିଦେଲା ମାଆ । ପ୍ରମାଣ ନଷ୍ଟ କରିବା ପାଇଁ ବାପା ଘର ଲୋକଙ୍କ ସହାୟତାରେ ମଶାଣିରେ ଶବ ଦାହ କରୁଥିବା ସମୟରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ନୟାଗଡ଼ ଫତେଗଡ ଥାନା ବାଉଁଶବାଟୀ ପଞ୍ଚାୟତର ପୋଡାସାହିରେ ଘଟିଛି ଏଭଳି ଅମାନବୀୟକାଣ୍ଡ । ମୃତ ତୁଳସୀ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ତାଙ୍କ ବାପା ସୁକୁଟା ମାସେ ହେଲା ବାହାର ରାଜ୍ୟକୁ କାମ କରିବାକୁ ଯାଇଛନ୍ତି। ବାପା ନଥିବା ସମୟରେ ଝିଅକୁ ସାବତ ମାଆ ମଣ୍ଡା ସ୍ବାଇଁଙ୍କୁ ନିର୍ୟାତନା ଦେଇଥିବା ଜଣାପଡ଼ିଛି । ହତ୍ୟାକାଣ୍ଡ ନେଇ ଫତେଗଡ ଥାନାରେ ଲିଖିତ ଅଭିଯୋଗ  କରିଛନ୍ତି ଝିଅର ମାମୁଁ। ତେବେ ପୋଲିସ ଅଭିଯୁକ୍ତ ମଣ୍ଡା ସ୍ବାଇଁଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।