କନକ ବ୍ୟୁରୋ: ଝିଅକୁ ସାବତ ବାପାର ଦୁଷ୍କର୍ମ ଅଭିଯୋଗ । ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ୧୨ ବର୍ଷର ନାବାଳିକା ଝିଅକୁ ସାବତ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଦେବଗଡ଼ ଜିଲ୍ଲା ବସୁପାଲି ଗାଁର ଜଣେ ମହିଳା ସୁନ୍ଦରଗଡ଼ ଜିଲ୍ଲା ଟେନସା ଅଞ୍ଚଳର ଦାଶରଥୀ ଦାସଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ପୂର୍ବରୁ ପ୍ରଥମ ସ୍ୱାମୀଙ୍କ ଠାରୁ ତାଙ୍କର ଗୋଟିଏ ଝିଅ ଥିଲା । ଦ୍ୱିତୀୟ ବିବାହ ପରେ ଝିଅକୁ ପାଲଲହଡା ଉପଖଣ୍ଡ ଅଞ୍ଚଳର ଏକ କନ୍ୟାଶ୍ରମରେ ଥିବା ଆଦିବାସୀ ଛାତ୍ରୀନିବାସରେ ପାଠ ପଢିବାପାଇଁ ଛାଡ଼ିଦେଇଥିଲେ । ଗତ ୧୫ ତାରିଖ ଦିନ ସାବତ ବାପା ଦାଶରଥି ଦାସ, ଆଇର ଦେହଖରାପ କହି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇ ଝିଅକୁ ନିଜ ସାଙ୍ଗରେ ଟେନସା ନେଇଯାଇଥିଲେ । ଏହାପରେ ଘରେ କେହି ନଥିବା ଦେଖି ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିଲା ସାବତ ବାପା ଦାଶରଥୀ ।
ଘଟଣା ଦିନକ ପରେ ଝିଅ ତା ସହ ଘଟିଥିବା ସମସ୍ତ ଘଟଣା ନିଜ ମାଆକୁ ଜଣାଇଥିଲା । ଶେଷରେ ନାବାଳିକାର ମାମୁ ଘର ପକ୍ଷରୁ ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ସାବତ ବାପାକୁ ଅଟକ ରଖି ପଚରାଉଚରା କରୁଛି । ନାବାଳିକାର ଡାକ୍ତରୀ ମାଇନା କରାଯାଇ ବୟାନ ରେକର୍ଡ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/19/22-2025-08-19-08-28-25.jpg)