କନକ ବ୍ୟୁରୋ : ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ ହେଉଛି ଭାରତୀୟ ରେଳବାଇ । ଯେଉଁଥିରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରନ୍ତି । ଏହାକୁ ପରିଚାଳନା କରିବା ପାଇଁ ୧୨ ଲକ୍ଷ କର୍ମଚାରୀ କାର୍ଯ୍ୟ କରନ୍ତି । ଯାହା ଯେକୌଣସି ଦେଶର ରେଳବାଇ ସିଷ୍ଟମରେ ସର୍ବାଧିକ ଏବଂ ପ୍ରାୟ ଦେଶର କୋଣ ଅନୁକୋଣକୁ ପରସ୍ପର ସହିତ ଯୋଡ଼ିଥାଏ । ଏହି କାରଣରୁ ଏହାକୁ ଦେଶର ଜୀବନରେଖା ମଧ୍ୟ କୁହାଯାଏ । ଆମେ ସମସ୍ତେ ଆବଶ୍ୟକତା ଏବଂ ସଉକ ଅନୁସାରେ ଏହି ରେଳରେ ବେଳେବେଳେ ଯାତ୍ରା କରୁ । ଏହା ସହିତ ଯାତ୍ରା ସମୟରେ ରେଳବାଇ ଦ୍ୱାରା ମିଳୁଥିବା ସୁବିଧାଗୁଡ଼ିକର ମଧ୍ୟ ଲାଭ ଉଠାଉ । ଏଥିମଧ୍ୟରୁ କିଛି ସୁବିଧାର ଚାର୍ଜ ସିଧାସଳଖ ଏବଂ କିଛି ପାଇଁ ପରୋକ୍ଷ ଭାବରେ ଟଙ୍କା ଦେବାକୁ ପଡ଼ିଥାଏ ।
/filters:format(webp)/kanak/media/media_files/2025/08/04/train-2025-08-04-13-30-43.jpg)
ଏହିଭଳି ଏକ ସୁବିଧା ହେଉଛି ଟ୍ରେନରେ ଏସି କ୍ଲାସ (ଥାର୍ଡ ଏସି, ସେକେଣ୍ଡ ଏସି, ଫାଷ୍ଟ ଏସି) କୋଚରେ ମିଳୁଥିବା ବେଡ୍ ରୋଲ । ଯେଉଁଥିରେ ସାମିଲ ଥାଏ- କମ୍ବଳ, ଚାଦର ,ତକିଆ ଏବଂ ଟାୱେଲ । ଏହି ବେଡରୋଲ୍ ଯାତ୍ରୀମାନଙ୍କୁ ସେମାନଙ୍କ ସିଟ୍ ଉପରେ IRCTC ଦ୍ୱାରା ଯୋଗାଇ ଦିଆଯାଏ, ଯାହାର ବୁକିଂ ଟିକେଟ୍ ବୁକ୍ କରିବା ସହିତ ହିଁ ହୋଇଯାଏ ଏବଂ ଏହାର ଚାର୍ଜ ମଧ୍ୟ ଟିକେଟ୍ ସହିତ ଯୋଡ଼ି ହୋଇଥାଏ । ଯାତ୍ରା ଶେଷ ହେବା ପରେ ଏହାକୁ ରେଳବାଇକୁ ଫେରାଇବାକୁ ହୁଏ । ଯାହା ପ୍ରତ୍ୟେକ ଯାତ୍ରୀଙ୍କର ନୈତିକ ଦାୟିତ୍ୱ ଅଟେ । କିନ୍ତୁ ଏସବୁକୁ ସାଙ୍ଗରେ ଘରକୁ ନେଇଯିବା ଏକ ଦଣ୍ଡନୀୟ ଅପରାଧ । କାରଣ ଏଗୁଡ଼ିକ ସମସ୍ତ ରେଳବାଇର ସମ୍ପତ୍ତି । କିନ୍ତୁ ଆପଣ ଜାଣନ୍ତି କି ଯଦି ଟ୍ରେନରୁ କମ୍ବଳ, ଚାଦର, ତକିଆ କିମ୍ବା ଟାୱେଲ୍ ନେଇ ଯାଉଥିବା ସମୟରେ ଯଦି ଆପଣ ଧରାପଡ଼ିଗଲେ ଆପଣଙ୍କର ହେବ କ’ଣ ? ଜାଣନ୍ତୁ ଏହା ଉପରେ ଦେଶର ନିୟମ କ'ଣ କହୁଛି ?
/filters:format(webp)/kanak/media/media_files/2025/08/04/indian-railway-rul-2025-08-04-13-29-59.jpg)
ଯଦି କୌଣସି ଯାତ୍ରୀ ଟ୍ରେନରୁ ରେଳବାଇର କମ୍ବଳ, ଚାଦର, ତକିଆ କିମ୍ବା ଟାୱେଲ୍ ନେଇ ଯାଉଥିବା ସମୟରେ ଧରାପଡନ୍ତି ତେବେ ତାଙ୍କୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ହେବ । ଯଦି ସେ ଜରିମାନା ଦେବାକୁ ମନା କରନ୍ତି କିମ୍ବା ଅସମର୍ଥତା ଜଣାନ୍ତି ତେବେ ତାଙ୍କୁ ୧ ବର୍ଷ ପାଇଁ ଜେଲ୍ ଯିବାର ମଧ୍ୟ ପ୍ରାବଧାନ ରହିଛି । ତେଣୁ ଭୁଲରେ ମଧ୍ୟ ଏପରି କେବେ କରନ୍ତୁ ନାହିଁ ।
ଭାରତୀୟ ରେଳବାଇରେ କମ୍ବଳ, ଚାଦର, ତକିଆ ଇତ୍ୟାଦି ରେଲୱେର ସମ୍ପତ୍ତି ଭାବରେ ବିବେଚନା କରାଯାଏ । ଏହାକୁ ଚୋରି କଲେ ରେଳବାଇ ସମ୍ପତ୍ତି ଅଧିନିୟମ, ୧୯୬୬ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ପ୍ରଥମ ଥର ପାଇଁ ଧରାପଡିଲେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ । ଗୁରୁତର ମାମଲାରେ ଅର୍ଥାତ୍ ଏକାଧିକ ଥର ଏହି ଅପରାଧ ଦୋହରାଇଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ଜରିମାନା ଉଭୟ ହୋଇପାରେ । ରେଳବାଇର ନିୟମ ଅନୁସାରେ, ଚୋରି ସାମଗ୍ରୀ ସହିତ ଧରାପଡିଲେ ରେଳବାଇ ପୁଲିସ (GRP) କିମ୍ବା ରେଳବାଇ ସୁରକ୍ଷା ବାହିନୀ (RPF) ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି । ତେଣୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଏ କି ଯାତ୍ରା ସମୟରେ ମିଳୁଥିବା ସାମଗ୍ରୀକୁ ନିଜ ସିଟ୍ ଉପରେ ହିଁ ଛାଡ଼ି ଦିଅନ୍ତୁ କିମ୍ବା ଆଟେଣ୍ଡାଣ୍ଟଙ୍କୁ ଫେରାଇ ଦିଅନ୍ତୁ ।