କନକ ବ୍ୟୁରୋ: ପାଠ ପଡ଼ିବାକୁ ଯାଇ ସ୍କୁଲରୁ ନିଖୋଜ ହେଲେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟରାମପୁର ପଞ୍ଚାୟତରେ ଅଭାବନୀୟ ଘଟଣା । ଭୋଗରାଇ ଥାନାରେ ଅଭିଯୋଗ ପରେ ତଦନ୍ତ ଜାରି ରଖିଛି ପୁଲିସ।
ସୂଚନା ଅନୁସାରେ, ଜୟରାମପୁର ପଞ୍ଚାୟତର ଖଡିକାବାଡି ପଦ୍ମାବତୀ ଓ ଗୋପାଳ ଜେନାଙ୍କ ୧୧ ବର୍ଷର ଝିଅକୁ କେହି ଡାକି ନେଇ ବାଇକରେ ଉଠାଇ ନେଇଥିଲେ । ଝିଅକୁ କେହି ଅଜଣା ବ୍ୟକ୍ତି ନେଇଯାଉଥିବା ଦେଖି ଚିତ୍କାର କରିଥିଲେ ବାପା । ହେଲେ ସେତେବେଳେକୁ ଦୁବୃର୍ତ ନାବାଳିବାକୁ ନେଇ ପଳାଇଥିଲେ । ଘଟଣାକୁ ନେଇ ଭୋଗରାଇ ଥାନରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକ । ଏ ବାବଦରେ ଭୋଗରାଇ ବିଇଓଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଜାଣିନାହାନ୍ତି ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/EXK7LP2gjOSYPtB2uMZE.jpg)