କନକ ବ୍ୟୁରୋ : କୋଲାକାତା ମାମଲାର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ । କୋର୍ଟ ନିଜ ଆଡୁ ରୁଜୁ କରିଥିବା ଆବେଦନ ଉପରେ ପୁର୍ନବାର ଶୁଣାଣି କରୁଛନ୍ତି । ମାମଲାର ତନ୍ନ ତନ୍ନ ଯାଂଚ ସଠିକ ଭାବେ କରିବାକୁ ସିବିଆଇକୁ ଅଧିକ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ମାମଲାରେ ଏବେ ସୁଦ୍ଧା ଶହେ ଜଣଙ୍କ ବୟାନ ରେକର୍ଡ କରାଯାଇଛି ୧୦ଜଣଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଛି । ଶୁଣାଣୀ ସମୟରେ କୋର୍ଟ କହିଛନ୍ତିଟ୍ଟ.
କୋଲକାତା ମାମଲାର ‘ସୁପ୍ରିମ’ ଶୁଣାଣି
ସିବିଆଇର ଷ୍ଟାଟସ ରିପୋର୍ଟ ଚିନ୍ତାଜନକ
ପ୍ରମାଣ ନଷ୍ଟ କରିବାକୁ ପ୍ରୟାସ କରାଯିବା ଚିନ୍ତାଜନକ ଘଟଣା
ତଦନ୍ତ ପାଇଁ ସିବିଆଇକୁ ଅଧିକ ସମୟ ଦିଆଯିବା ଜରୁରୀ
ସମ୍ବେଦନଶୀଳ ମାମଲା ସଠିକଭାବେ ତଦନ୍ତ କରାଯାଉ
ମାମଲା ସମ୍ବନ୍ଧିତ ସମସ୍ତ ପ୍ରମାଣ ଓ ସାକ୍ଷ୍ୟକୁ ସୁରକ୍ଷା ମିଳୁ
ପୀଡିତା ଓ ପରିବାରର ପରିଚୟକୁ ୱିକିପିଡିଆରୁ ହଟାଯାଉ
ଶୁଣାଣୀ ସମୟରେ କୋର୍ଟ ରାଜ୍ୟ ସରକାରଙ୍କୁ ଅନେକ ପ୍ରଶ୍ନ କରିବା ସହ କିଛି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଏକଥା ସ୍ପଷ୍ଟ କରିଛନ୍ତି ଯେ ମହିଳା ଡାକ୍ତରଙ୍କୁ ରାତି ଡ୍ୟୁଟି ପାଇଁ ବାଧ୍ୟ କରିପାରିବେନି ରାଜ୍ୟ ସରକାର । ସେମାନଙ୍କ ସୁରକ୍ଷାକୁ ସରକାର ଅଧିକ ପ୍ରାଥମିକତା ଦିଅନ୍ତୁ । ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ଡିୟାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେବି ପାରଦୀୱାଲ, ମନୋଜ ମିଶ୍ରଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଆବଦେନ ଉପରେ ଆଜି ଶୁଣାଣୀ କରିଥିଲେ । ଶୁଣାଣୀ ସମୟରେ କୋର୍ଟ ଅନେକ ପ୍ରଶ୍ନ କରିଛନ୍ତି ।
କୋଲକାତା ମାମଲା: ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
ଆରଜି କର ମେଡିକାଲ କଲେଜର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ
ମେଡିକାଲ କଲେଜର ସିସିଟିଭି କାହିଁକି ଧିମା କାମ କରୁଛି?
୪ଶହ କ୍ୟାମେରାରୁ କେବଳ ୩୬ କାହିଁକି ଠିକ ଭାବେ କାମ କରୁଛି?
କାହିଁକି ବାୟୋମେଟ୍ରିକସ ଠିକ ଭାବେ କାମ କରୁନି?
କାହିଁକି ସ୍ଥାୟୀ ସୁରକ୍ଷାକର୍ମୀଙ୍କ ବଦଳରେ ଠିକାରେ ନିଯୁକ୍ତି କରାଯାଉଛି?
ଡାକ୍ତରଙ୍କ ସୁରକ୍ଷା ଦାୟିତ୍ବରେ କିଏ?
ସେପଟେ ଦାବି ମାନିବା ସତ୍ବେ କାମକୁ ଫେରିବାକୁ ନାରାଜ ଆନ୍ଦୋଳନରତ ଡାକ୍ତର । ଜୁନିୟର ଡାକ୍ତରଙ୍କ ୫ ଦଫା ଦାବି ମଧ୍ୟରୁ ୪ଟି ଦାବି ସେ ମାନି ନେଇଛନ୍ତି। ଏହାପରେ ଡାକ୍ତରମାନଙ୍କୁ କାମକୁ ଯିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଥିଲେ ବି ଆନ୍ଦୋଳନରତ ଡାକ୍ତର ଏହାକୁ ଏଡ଼ାଇ ଯାଇଛନ୍ତି। ସମସ୍ତ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/nuNDLGrUzWejRgE2NsPA.jpg)