କନକବ୍ୟୁରୋ : ଭିଜିଲାନ୍ସ ଜାଲରେ ମୃର୍ତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍ । ରାୟଗଡ଼ା ଜଳ ବିଭିସିକା ନିଶନର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ବେଳେ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହି ଠକେଇ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ ।
ଏକକାଳୀନ ୮ଟି ସ୍ଥାନରେ ରେଡ୍ କରାଯାଉଛି । କଳାହାଣ୍ଡି ଜୁନାଗଡ଼ରେ ଥିବା ଘର, ଧର୍ମଗଡ଼ରେ ଥିବା ଶ୍ବଶୁର ଘରେ ଚଢାଉ ଚାଲିଛି । ସେହିପରି ଭୁବନେଶ୍ବର ଗୋଠପାଟଣାରେ ଥିବା ମହାନଦୀ ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁରରେ ଥିବା ଘର , ଭୁବନେଶ୍ବରରେ ଥିବା ଅଫିସ୍ରେ ଚଢାଉ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ନବରଙ୍ଗପୁର ଟାଉନ୍ରେ ଥିବା ନିର୍ମାଣଧୀନ କୋଠା , ନବରଙ୍ଗପୁରର ଦୁଇଟି ସ୍ଥାନରେ ପତ୍ନୀଙ୍କ ନାଁରେ ଥିବା କୋଠାରେ ଚଢାଉ ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/30/vigilance-2025-06-30-10-10-00.jpg)