କନକ ବ୍ୟୁରୋ: କିଟ୍ କାଣ୍ଡ ନେଇ ଉଚ୍ଚସ୍ତରୀୟ କମିଟି ପକ୍ଷରୁ ବୟାନ ରେକର୍ଡ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ଅତିଥି ଭବନରେ ବୟାନ ରେକର୍ଡ କରାଯାଉଛି । ରାଜ୍ୟ ଅତିଥି ଭବନରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ୍ ଅଗ୍ରୱାଲ, ସଚିବ ଶୁଭ ଶର୍ମା, ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି । ପର୍ୟ୍ୟାୟ କ୍ରମେ ବିଭିନ୍ନ ଲୋକଙ୍କର ଚାଲିଛି ବୟାନ ରେକର୍ଡ । ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ପାଖରେ ହାଜର ହୋଇଛନ୍ତି କିଟର ପୂର୍ବତନ କର୍ମଚାରୀ ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ସମେତ ୪ଜଣ କର୍ମଚାରୀ। ଆଜି କମିଟି ପାଖରେ ହାଜର ହେବାକୁ ୮ ଜଣଙ୍କୁ ନୋଟିସ ଦିଆଯାଇଛି । କିଟ୍ କାଣ୍ଡରେ ଯାହାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେମାନଙ୍କୁ ପଚରାଉଚରା ପାଇଁ ଉଚ୍ଚସ୍ତରୀୟ କମିଟି ନୋଟିସ ପଠାଇଛି । କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ବିବାଦ ତେଜିବା ପରେ ସରକାର ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଥିଲେ ରାଜ୍ୟ ସରକାର । ଏବେ ସେହି ଉଚ୍ଚସ୍ତରୀୟ କମିଟି କିଟ କାଣ୍ଡର ଖୋଳତାଡ ଆରମ୍ଭ କରିଛି ।
କିଟ୍ ୟୁନିଭର୍ସିଟିରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରେ ଅସନ୍ତୋଷ ତେଜିବାରେ ଲାଗିଛି। ଦିନକୁ ଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ତେବେ ଏଭଳି ଏକ ଘଟଣାରେ ଏବଂ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ୱାର୍ଡେନଙ୍କ ବ୍ୟବହାର ଏବଂ ନେପାଳ ଛାତ୍ରଛାତ୍ରୀଙ୍କୁ ଅସମୟରେ ହଷ୍ଟେଲରୁ ବାହାର କରିବା ସହ ମାଡ ମାରିବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି।
କିଟ୍ ଛାତ୍ରୀ ମୃତ୍ୟୁ ଘଟଣା ; ରାଜ୍ୟ ଅତିଥି ଭବନରେ ୪ ଜଣଙ୍କ ବୟାନ ରେକର୍ଡ, ସନ୍ଧ୍ୟାରେ ହାଜର ହୋଇପାରନ୍ତି ଅଚ୍ୟୁତ ସାମନ୍ତ
କିଟ୍ କାଣ୍ଡ ନେଇ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟିର ଖୋଳତାଡ । ରାଜ୍ୟ ଅତିଥି ଭବନରେ ସଂପୃକ୍ତ କର୍ମଚାରୀଙ୍କ ବୟାନ ରେକର୍ଡ। ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ବୟାନ ରେକର୍ଡ ସୂଚନା । ସନ୍ଧ୍ୟାରେ ହାଜର ହୋଇପାରନ୍ତି କିଟ ପ୍ରତିଷ୍ଠାତ ଅଚ୍ୟୁତ ସାମନ୍ତ ।
/kanak/media/media_files/2025/02/21/ww0SujHXlKmMPhU8IGmx.jpg)