କନକ ବ୍ୟୁରୋ: ଜିଦରେ ଅଟଳ ଟ୍ରକ୍ ମାଲିକ ସଂଘ । ଜାରି ରହିଛି ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍ କୋଅଡିସନ୍ କମିଟିର ଅନ୍ଦୋଳନ । ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ମଧ୍ୟ ବାହାରି ପାରିଲାନି ସମାଧାନର ବାଟ । ଆଜି ଅପରାହ୍ନ ୪ଟାରେ ପୁଣି ବସିବ ବୈଠକ । ଆଜିକୁ ୧୦ଦିନ ହେବ ୧୧ ଦଫା ଦାବି ନେଇ ଯେଉଁ ଧର୍ମଘଟ ଚାଲିଛି ତାକୁ ନେଇ ପରିବହନ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ୟୁନାଇଟେଡ ଟ୍ରକ୍ ଓନ୍ନର ଆସୋସିଏସନ୍ କୋଅଡିସନ୍ କମିଟିର ମେମ୍ବରଙ୍କ ସହ ଆଲୋଚନା କରିଥିଲେ ମନ୍ତ୍ରୀ । ତେବେ ମନ୍ତ୍ରୀଙ୍କ ନିକଟରେ ନିଜର ୧୧ଦଫା ଦାବି ସମ୍ବଳିତ ଦାବପତ୍ର ଦେଇଛି ଆସୋସିଏସନ୍ । ଦାବିପତ୍ର ଉପରେ ବିଚାରବିମର୍ଶ କରିବା ପାଇଁ ଆଜି ପୁଣି ବସିବ ବୈଠକ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us