କନକ ବ୍ୟୁରୋ: ଜିଦରେ ଅଟଳ ଟ୍ରକ୍ ମାଲିକ ସଂଘ । ଜାରି ରହିଛି ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍ କୋଅଡିସନ୍ କମିଟିର ଅନ୍ଦୋଳନ ।  ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ମଧ୍ୟ ବାହାରି ପାରିଲାନି ସମାଧାନର ବାଟ । ଆଜି ଅପରାହ୍ନ ୪ଟାରେ ପୁଣି ବସିବ ବୈଠକ । ଆଜିକୁ ୧୦ଦିନ ହେବ ୧୧ ଦଫା  ଦାବି ନେଇ ଯେଉଁ ଧର୍ମଘଟ ଚାଲିଛି ତାକୁ ନେଇ ପରିବହନ ମନ୍ତ୍ରୀଙ୍କ  ସରକାରୀ ବାସଭବନରେ  ୟୁନାଇଟେଡ ଟ୍ରକ୍ ଓନ୍ନର ଆସୋସିଏସନ୍ କୋଅଡିସନ୍ କମିଟିର ମେମ୍ବରଙ୍କ ସହ ଆଲୋଚନା କରିଥିଲେ ମନ୍ତ୍ରୀ । ତେବେ  ମନ୍ତ୍ରୀଙ୍କ ନିକଟରେ ନିଜର ୧୧ଦଫା ଦାବି ସମ୍ବଳିତ ଦାବପତ୍ର ଦେଇଛି ଆସୋସିଏସନ୍ ।  ଦାବିପତ୍ର ଉପରେ ବିଚାରବିମର୍ଶ କରିବା ପାଇଁ ଆଜି ପୁଣି ବସିବ ବୈଠକ  ।