ରାଜ୍ୟ ରପିଡ୍ ଏବଂ ବ୍ଲିଜ୍‌ ଚେସ୍‌ ଉଦ୍‌ଘାଟିତ

Advertisment

ଟ୍ରିପଲ୍‌ ସି’ ଚେସ୍‌ କ୍ଲବ୍‌ ଆନୁକୂଲ୍ୟରେ ରାଜ୍ୟ ରାପିଡ୍‌ ଓ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି । ଶନିବାର ରୢାପିଡ୍‌ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ବେଳେ ରବିବାର ବ୍ଲିଜ୍‌ ବର୍ଗ ଉଦ୍‌ଘାଟିତ ହେବ   

ଟ୍ରିପଲ୍‌ ସି’ ଚେସ୍‌ କ୍ଲବ୍‌ ଆନୁକୂଲ୍ୟରେ ରାଜ୍ୟ ରାପିଡ୍‌ ଓ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି । ଶନିବାର ରୢାପିଡ୍‌ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ବେଳେ ରବିବାର ବ୍ଲିଜ୍‌ ବର୍ଗ ଉଦ୍‌ଘାଟିତ ହେବ   

Chess

କନକ ବ୍ୟୁରୋ: ଫୁଳନଖରାସ୍ଥିତ ସିନର୍ଜି ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି କ୍ୟାମ୍ପସ୍‌ ପରିସରରେ ଟ୍ରିପଲ୍‌ ସି’ ଚେସ୍‌ କ୍ଲବ୍‌ ଆନୁକୂଲ୍ୟରେ ରାଜ୍ୟ ରାପିଡ୍‌ ଓ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି । କ୍ଲବ୍‌ର ସଭାପତି ବିଶ୍ୱଜିତ୍ ରାୟଙ୍କ ପୌରହିତରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧକ୍ଷ ଅଶ୍ବିନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଥିଲେ ପ୍ରିନ୍ସିପାଲ ଧରଣୀଧର ସାହୁ , ପ୍ରଶାସନିକ ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧା, ଅନ୍ତର୍ଜାତୀୟ ଆର୍ବିଟର ସୁରେଶ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଥିଲେ । ଅନ୍ତର୍ଜାତୀୟ ଆର୍ବିଟର୍‌ ତାପସ ମହାନ୍ତି ସଭା ପରିଚାଳନା କରିଥିଲେ ଓ କ୍ରୀଡ଼ା ଅଧିକାରୀ ସମରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶନିବାର ରୢାପିଡ୍‌ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ବେଳେ ରବିବାର ବ୍ଲିଜ୍‌ ବର୍ଗ ଉଦ୍‌ଘାଟିତ ହେବ ବୋଲି ସମ୍ପାଦକ ବିରଞ୍ଚି ନରାୟଣ ସାହୁ ସୂଚନା ପ୍ରଦାନ କରିଥିଲେ ।  

ଏହା ବି ପଢ଼ନ୍ତୁ: ଏସୀୟ ମୁଷ୍ଟିଯୁଦ୍ଧରେ ଭାରତୀୟ ଦଳର ନେତୃତ୍ବ ନେବେ ଲଭଲିନା, ନିଖଟ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe