କନକ ବ୍ୟୁରୋ : ତୁଳସୀଘାଟିରେ ବେଆଇନ କ୍ରସରରେ ରାସ୍ତା ନିର୍ମାଣ ଘଟଣା । ଆନ୍ଧ୍ରପ୍ରଦେଶର ହାଇଗ୍ରୀଭା ଠିକା କମ୍ପାନିଙ୍କୁ ‘ସୋ କଜ୍’ ନୋଟିସ୍ । ବାରମ୍ବାର ଖବର ପ୍ରସାରଣ ପରେ ନୋଟିସ୍ ଜାରି କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ବେଆଇନ କ୍ରସର କରିଥିବା ନେଇ ନୋଟିସ୍ ଜାରି କରିଛି । ୧୫ ଦିନ ମଧ୍ୟରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବାକୁ ନୋଟିସରେ ଦର୍ଶାଯାଇଛି । ମାଥିଲି ବ୍ଲକ ଅନ୍ତର୍ଗତ ଲାଲକରିଡର ତୁଳସୀ ଘାଟିରେ ହୋଇଥିଲା ବେଆଇନ କ୍ରସର ପଏଣ୍ଟ । ଚଢ଼ଉ କରିଥିଲା କୋରାପୁଟ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଓ ମାଲକାନଗିରି ଖଣି ବିଭାଗ । ଏହା ପୂର୍ବରୁ ବେଆଇନ କ୍ରସରକୁ ବିରୋଧ କରିବାରୁ ରାସ୍ତା କାମ ବନ୍ଦ କରି ଠିକାଦାର ଫେରାର ହୋଇଯାଇଥିଲା । ପ୍ରାୟ  ୩୩ କିଲୋମିଟର ଲାଲ କରିଡର ରାସ୍ତା ନିର୍ମାଣ ବନ୍ଦ ହୋଇଥିଲା । ଘାଟିର ଲୋକେ ଏକାଠି ହୋଇ ଗତକାଲି ଜିଲ୍ଲାପାଳଙ୍କୁ ଭେଟି ବନ୍ଦ ରାସ୍ତା କାମ ଆରମ୍ଭ କରିବାକୁ ଗୁହାରି କରିଥିଲେ ।