ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ସମାରୋହ : ଭୁବନେଶ୍ୱରରେ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ

Advertisment

ରାଜ୍ୟରେ ଧୁମ୍‌ଧାନରେ ପାଳନ ହେଉଛି ସାଧାରଣତନ୍ତ୍ର ସମାରୋହ  ।  ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।  ରାଜଧାନୀ ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ହରିବାବୁ କମ୍ଭମପତି । 

ରାଜ୍ୟରେ ଧୁମ୍‌ଧାନରେ ପାଳନ ହେଉଛି ସାଧାରଣତନ୍ତ୍ର ସମାରୋହ  ।  ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।  ରାଜଧାନୀ ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ହରିବାବୁ କମ୍ଭମପତି । 

republic day 1

republic day 1 Photograph: (KanakNews )

କନକବ୍ୟୁରୋ : ରାଜ୍ୟରେ ଧୁମ୍‌ଧାନରେ ପାଳନ ହେଉଛି ସାଧାରଣତନ୍ତ୍ର ସମାରୋହ  ।  ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।  ରାଜଧାନୀ ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ହରିବାବୁ କମ୍ଭମପତି ।  ସେପଟେ କଟକରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବେ ।

ପୁରୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଖୋର୍ଦ୍ଧାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଆଜି ଆକର୍ଷଣ ସାଜିବ ରାଜଧାନୀ ଗାନ୍ଧିମାର୍ଗରେ ଆୟୋଜିତ ହେଉଥିବା ଭବ୍ୟ ପରେଡ୍  । ଚଳିତ ଥର ୫୦ରୁ ଅଧିକ ଟ୍ରୁପ ସାମିଲ ହୋଇଛନ୍ତି  ।  ଚିତ୍ତାକର୍ଷକ କଳାକୌଶଳ ପ୍ରଦର୍ଶନ କରିଥିଲେ । ସାଧାରଣତନ୍ତ୍ର ଦିବସରେ ସୁରକ୍ଷା ଦୃଷ୍ଟିରୁ ଟ୍ୱିନ୍‌ସିଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe