କନକବ୍ୟୁରୋ : ରାଜ୍ୟରେ ଧୁମ୍ଧାନରେ ପାଳନ ହେଉଛି ସାଧାରଣତନ୍ତ୍ର ସମାରୋହ । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ହରିବାବୁ କମ୍ଭମପତି । ସେପଟେ କଟକରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବେ ।
ପୁରୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଖୋର୍ଦ୍ଧାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଆଜି ଆକର୍ଷଣ ସାଜିବ ରାଜଧାନୀ ଗାନ୍ଧିମାର୍ଗରେ ଆୟୋଜିତ ହେଉଥିବା ଭବ୍ୟ ପରେଡ୍ । ଚଳିତ ଥର ୫୦ରୁ ଅଧିକ ଟ୍ରୁପ ସାମିଲ ହୋଇଛନ୍ତି । ଚିତ୍ତାକର୍ଷକ କଳାକୌଶଳ ପ୍ରଦର୍ଶନ କରିଥିଲେ । ସାଧାରଣତନ୍ତ୍ର ଦିବସରେ ସୁରକ୍ଷା ଦୃଷ୍ଟିରୁ ଟ୍ୱିନ୍ସିଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/01/26/mp0MtLgRdu0TCuAZhTQL.jpg)