କନକ ବ୍ୟୁରୋ: ବେଦାନ୍ତ ଆଲୁମିନିୟମ ଏହାର ଝାରସୁଗୁଡ଼ା ପ୍ଲାଂଟରେ ରାସାୟନିକ ବିପର୍ୟ୍ୟୟ ଉପରେ ରାଜ୍ୟସ୍ତରୀୟ ମକ୍ ଡ୍ରିଲ୍ ଆୟୋଜନ କରିଛି । ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବିପଦଜନକ ରାସାୟନିକ ପଦାର୍ଥ ସହିତ ଜଡ଼ିତ ସୁରକ୍ଷା ପଦକ୍ଷେପଗୁଡ଼ିକର ମୂଲ୍ୟାଙ୍କନ ଓ ବୃଦ୍ଧି କରିବା ଲାଗି ଏହାର ପ୍ଲାଣ୍ଟ ପରିସରରେ ଅଫସାଇଟ ଜରୁରୀକାଳୀନ ପ୍ରସ୍ତୁତି ଉପରେ ଏକ ବଡ଼ ଧରଣର ମକ ଡ୍ରିଲ ଆୟୋଜନ କରିଥିଲା । ଏହି ଅଭ୍ୟାସ ଓଡ଼ିଶାର ୨୩ଟି ଜିଲ୍ଲାରେ ଏକକାଳୀନ ଅନୁଷ୍ଠିତ ହୋଇ ରାଜ୍ୟସ୍ତରୀୟ ପଦକ୍ଷେପର ଅଂଶ ହୋଇଥିଲା । କର୍ମଚାରୀମାନେ ଜରୁରୀକାଳୀନ ପରିସ୍ଥିତିରେ ସୁରକ୍ଷା ସଂପର୍କିତ ବିଷୟ ସହ ଅବଗତ ହୋଇଥିଲେ ଓ ଶିଳ୍ପ ପାଇଁ ସୁରକ୍ଷା ସଂସ୍କୃତିକୁ କିପରି ସୁଦୃଢ କରାଯାଇପାରିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଡ୍ରିଲ ଏକ ବିପଜ୍ଜନକ ରାସାୟନିକ ଜରୁରୀକାଳୀନ ପରିସ୍ଥିତିକୁ ସିମୁଲେଟ କରିଥିଲା ଯାହା ବିଭିନ୍ନ ପ୍ରକାର ପରିସ୍ଥିତି ଉପରେ ସୂଚନା ଦିଆଯାଇଥିଲା । ଓସଡମା ଓ ଏନଡିଆରଏଫ, ଅଗ୍ନିଶମ ଓ ଅନ୍ୟାନ୍ୟ ଜରୁରୀକାଳୀନ ସଂସ୍ଥାମାନେ ଏଥିରେ ଯୋଗ ଦେଇଥିଲେ ।
ଏହି କାର୍ୟ୍ୟକ୍ରମ ପ୍ରମୁଖ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସବ୍ୟସାଚି ପଣ୍ଡା, ସବକେଲକ୍ଟର ଝାରସୁଗୁଡ଼ା, ଚନ୍ଦ୍ରମଣି ସ୍ୱାଇଁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରଟ, ସୁଶାନ୍ତ ମିଶ୍ର କିଲ୍ଲା ପ୍ରକଳ୍ପ ଅଧିକାରୀ, ଓଡ଼ିଶା ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ, ଶ୍ରୀମତୀ ଅର୍ଚ୍ଚନା ଦାସ, ସହାୟକ ନିର୍ଦ୍ଦେଶକ-ଝାରସୁଗୁଡ଼ା ଜୋନ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଏହି ଅବସରରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ସୁନୀଲ ଗୁପ୍ତା ସୁରକ୍ଷା ପ୍ରତି କମ୍ପାନିର ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ ବେଦାନ୍ତର କାର୍ୟ୍ୟ ମୂଳରେ ସୁରକ୍ଷା ରହିଛି। ଏହି ମକ ଡ୍ରିଲ ପରି ପଦକ୍ଷେପ ଶିଳ୍ପ ସୁରକ୍ଷା ଓ ଜରୁରୀକାଳୀନ ପରିସ୍ଥିତର ପ୍ରସ୍ତୁତି ସଂପର୍କରେ ଆମର ପ୍ରତିବଦ୍ଧତାକୁ ଦୋହରାଇଥାଏ।
ଏହି ଅଭ୍ୟାସ ଉପରେ ମତ ଦେଇ ଝାରସୁଗୁଡ଼ାର ସବ ଇନିସପ୍ଟେର ଶ୍ରୀ ସବ୍ୟସାଚୀ ପଣ୍ଡା କହିଥିଲେ ଯେ ଝାରସୁଗୁଡ଼ା ଭଳି ଶିଳ୍ପ କେନ୍ଦ୍ର ଲାଗି ସୁରକ୍ଷା ପ୍ରସ୍ତୁତି ଅତି ଗୁରୁତ୍ୱପୂର୍ଣ୍ଣ। ଏହି ମକ ଡ୍ରିଲ ଶିଳ୍ପ, ପ୍ରଶାସନ, ଏନଡିଆରଏଫ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ଦଳ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରିବାରେ ସାହାଯ୍ୟ କରିବ। ବେଦାନ୍ତ ଶିଳ୍ପ ସୁରକ୍ଷା, ପରିବେଶର ସୁରକ୍ଷା ଓ ଗୋଷ୍ଠୀ କଲ୍ୟାଣ ପ୍ରତି ଏହାର ପ୍ରତିବଦ୍ଧତାକୁ ସୁଦୃଢ କରିଛି। ଏଥିପାଇଁ ସୁରକ୍ଷା ସଂସ୍କୃତି ଉପରେ ନିୟମିତ ପ୍ରଶିକ୍ଷଣ ଓ ପଦକ୍ଷେପ ଗ୍ରହଣ କରାଯାଉଛି।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୪ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ୨ୟ ର୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା। ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି।