କନକ ବ୍ୟୁରୋ;ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ସ୍କୁଲ ଶିକ୍ଷା ପାଇଁ କରିକୁଲମ ଫ୍ରେମ୍ୱାର୍କକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁହେବା ପରେ ପାଠ୍ୟଖସଡ଼ାରେ ପରିବର୍ତ୍ତନ କରାଯାଇଛି । ରାଜ୍ୟରେ ଶିକ୍ଷାର ମାନ ଓ ଶିକ୍ଷକଙ୍କ ଉନ୍ନତି ପାଇଁ ସରକାର ଗ୍ରହଣ କରିଥିବା ଏକାଧିକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୪-୨୫ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି ।
ପ୍ରଥମଥର ପାଇଁ ୧୮ ବର୍ଷ ଯାଏଁ ପିଲାଙ୍କ ଡ୍ରପ୍ଆଉଟ୍ ରୋକିବାକୁ ଘରକୁ ଘର ବୁଲି ସର୍ଭେ କରାଉଛନ୍ତି । ପିଲା ସ୍କୁଲ ଛାଡ଼ିବାର କାରଣ ଖୋଜି ଏହାର ନିରାକରଣ କରିବାକୁ ଉଦ୍ୟମ କରୁଛନ୍ତି । ସରକାର ଆରମ୍ଭ କରିଥିବା ‘ନିପୁଣ ଓଡ଼ିଶା ମିସନ୍’କୁ ଗୋଟିଏ ବର୍ଷ ପୂରିଛି । ଏଥିରେ ଗପ, ଗୀତ, ଖେଳ ମାଧ୍ୟମରେ ପିଲାଙ୍କ ପଠନ କ୍ଷମତା ବୃଦ୍ଧି କରାଯାଉଛି । ଏହା ଅଧୀନରେ ଆରମ୍ଭ ହୋଇଛି ‘ପଢ଼ିବା, ଗଢ଼ିବା ଓଡ଼ିଶା ଅଭିଯାନ’। ଫଳରେ ମାତୃଭାଷା ପଠନର ଦକ୍ଷତା ବଢ଼ିବ । ଏଥିପାଇଁ ଆବଶ୍ୟକ ପଠନ ସାମଗ୍ରୀର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଉ ଚୁକ୍ତିଭିତ୍ତିକ ନିଯୁକ୍ତି ରହିବ ନାହିଁ। ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ସହ ପ୍ରଥମରୁ ଦ୍ୱାଦଶ ଯାଏଁ ଗୋଟିଏ ବୋର୍ଡ କାମ କରିବ । ଶିକ୍ଷାରେ ଏଆଇର ଉପଯୋଗ ଓ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଶିକ୍ଷକମାନେ ଶିକ୍ଷାର ମେରୁଦଣ୍ଡ, ତେଣୁ ସେମାନଙ୍କ ଦାବି ପୂରଣ ଉପରେ ଗୁରୁତ୍ୱ ଦେବେ ସରକାର । ଏହି ଅବସରରେ ୨୦୨୪-୨୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ଶ୍ରେଷ୍ଠ ଜିଲ୍ଲା- ଝାରସୁଗୁଡ଼ା, ଖୋର୍ଦ୍ଧା, ଜଗତସିଂହପୁର
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ- ଢେଙ୍କାନାଳ, ଜଗତସିଂହପୁର, ଅନୁଗୁଳ
ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ- ସୋନପୁର, ସୁନ୍ଦରଗଡ଼, ବଲାଙ୍ଗୀର
୧୦ ଜଣ ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ୭୦ ଜଣଙ୍କୁ ଆଦର୍ଶ ଶିକ୍ଷକ ପୁରସ୍କାର
ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବ
ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
/kanak/media/media_files/2025/09/05/mohan-2025-09-05-19-58-40.jpg)