କନକ ବ୍ୟୁରୋ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଏକ ରାଜ୍ୟସ୍ତରୀୟ ଫୁଟ୍ବଲ୍ ପ୍ରତିଯୋଗିତା ଆୟୋଜନ ଲାଗି ଯୋଜନା କରାଯାଇଛି । ଡକ୍ଟର ଦେବେନ୍ଦ୍ର ପ୍ରଧାନ ସ୍ମାରକୀ ଫାଉେଣ୍ଡସନ୍ ସହଯୋଗରେ ଭୁବନେଶ୍ବର ସିଟି କ୍ଲବ୍ ଓ ଭୁବନେଶ୍ବର ଦୌଡ଼କୁଦ ସଂଘର ମିଳିତ ଆନୁକୂଲ୍ୟରେ ଏହା ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ଅନୁଷ୍ଠିତ ହେବ । ଉଭୟ ପୁରୁଷ ଓ ମହିଳା ବିଭାଗରେ ଏହା ଖେଳାଯିବ ବୋଲି ନିଷ୍ପତ୍ତି ହୋଇଛି । ଓଡ଼ିଶା ଅଲିମ୍ପିକ୍ ସଂଘ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ପାଲଲହଡ଼ା ବିଧାୟକ ତଥା ଫାଉଣ୍ଡେସନ୍ ଟ୍ରଷ୍ଟ୍ର ସଭାପତି ଅଶୋକ ମହାନ୍ତିଙ୍କ ସହିତ ଡକ୍ଟର ସୌର୍ଯ୍ୟରଂଜନ ପରିଜା, ପ୍ରିୟଦର୍ଶୀ ମିଶ୍ର, ଜଗନ୍ନାଥ ପ୍ରଧାନ, ବାବୁ ସିଂହ, ନିରଂଜନ ମିଶ୍ର, ପ୍ରଦୀପ ରାଉତରାୟ, ଅଶୋକ ମହାନ୍ତି, ଦିଲୀପ ଦାସ, ଭାଗ୍ୟଧର ଜଗଦ୍ଦେବ, ଅରୁଣ ବିଶ୍ବାଳ, ମହିନ୍ଦ୍ରନାଥ ନାୟକ, ବନୋଜ କୁମାର ପ୍ରଧାନ, ମହମ୍ମଦ ସାହିଦ ଜବାର, ପବିତ୍ର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ । ସମୀର ମହାନ୍ତିଙ୍କୁ ସର୍ବସମ୍ମତିକ୍ରମେ ପ୍ରତିଯୋଗିତା ଆୟୋଜନ କମିଟି ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ।
ଦେବେନ୍ଦ୍ର ପ୍ରଧାନ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟ୍ବଲ୍ ମାର୍ଚ୍ଚରେ
ଡକ୍ଟର ଦେବେନ୍ଦ୍ର ପ୍ରଧାନ ସ୍ମାରକୀ ଫାଉେଣ୍ଡସନ୍ ସହଯୋଗରେ ଭୁବନେଶ୍ବର ସିଟି କ୍ଲବ୍ ଓ ଭୁବନେଶ୍ବର ଦୌଡ଼କୁଦ ସଂଘର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଫୁଟ୍ବଲ୍ ପ୍ରତିଯୋଗିତା ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ଅନୁଷ୍ଠିତ ହେବ ।
/kanak/media/media_files/2026/01/16/debendra-pradhan-2026-01-16-21-55-59.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)