ଯୋଜନାରେ ସ୍ୱଚ୍ଛତା ଆଣିବାକୁ ରାଜ୍ୟସରକାରଙ୍କ ଉଦ୍ୟମ, ଗୋଟିଏ ପୋର୍ଟାଲରେ ରହିବ ସମସ୍ତ ଡିବିଟି ସ୍କିମ୍

ରାଜ୍ୟରେ ଚାଲିଥିବା ଲୋକାଭିମୁଖୀ ଯୋଜନା ସହ ହିତାଧିକାରୀଙ୍କ ଆକାଉଂଟକୁ ସିଧାସଳଖ ଯାଉଥିବା ସମସ୍ତ ଯୋଜନାଗୁଡିକୁ ଏକତ୍ରିତ କରାଯାଉଛି । ଏହାଦ୍ବାରା ହିତାଧିକାରୀ . ଗୋଟିଏ ସ୍ଥାନରୁ ସବୁ ଯୋଜନା ବିଷୟରେ ଅବଗତ ହେବେ

fsgfldfd;

କନକ ବ୍ୟୁରୋ : ବିଭିନ୍ନ ବିଭାଗ ଅଧିନରେ ଚାଲିଥିବା ଡିବିଟି ଯୋଜନାକୁ ଗୋଟିଏ ଛାତ ତଳକୁ ଆଣିବା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଏଗୁଡ଼ିକୁ ଭାରତ ପୋର୍ଟାଲ ସହ ଯୋଡ଼ିବାକୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ମୋଟ୍ ୧୫୪ଟି ଡିବିଟି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ୨୦୨୪ ନଭେମ୍ବର ୧୪ ସୁଦ୍ଧା ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ପୋର୍ଟାଲରେ ଯୋଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ୭୭ଟି ଯୋଜନା ଭାରତ ପୋର୍ଟାଲ ସହ ସଂଯୋଗ ହୋଇଛି । ତେଣୁ ବଳକା ୭୭ଟି ଯୋଜନା ତୁରନ୍ତ ଯୋଡ଼ିବାକୁ ସମସ୍ତ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

ରାଜ୍ୟରେ ଚାଲିଥିବା ଲୋକାଭିମୁଖୀ ଯୋଜନା ସହ ହିତାଧିକାରୀଙ୍କ ଆକାଉଂଟକୁ ସିଧାସଳଖ ଯାଉଥିବା ସମସ୍ତ ଯୋଜନାଗୁଡିକୁ ଏକତ୍ରିତ କରାଯାଉଛି । ଏହାଦ୍ବାରା ହିତାଧିକାରୀ
. ଗୋଟିଏ ସ୍ଥାନରୁ ସବୁ ଯୋଜନା ବିଷୟରେ ଅବଗତ ହେବେ
. ବାଟମାରଣା ହେବନି ସରକାରୀ ଯୋଜନା
. ପ୍ରକୃତ ହିତାଧିକାରୀ ଲାଭାନ୍ବିତ ହେବେ ଓ ସ୍ବଚ୍ଛତା ବଢ଼ିବ
ଯୋଜନାଗୁଡିକ ଭାରତ ପୋର୍ଟାଲରେ ଅପଲୋଡ ହୋଇଯିବା ପରେ ଏହି ପୋର୍ଟାଲକୁ ଜନସାଧରଣ ଦେଖିପାରିବେ ଏବଂ ଯୋଜନା ସମ୍ପର୍କର ଜାଣାପାରିବ । ନୂଆ ସରକାର ଆସିବା ପର ନୂଆ ନୂଆ ଯୋଜନା ଆରମ୍ଭ ହଉଛି। ବିଶଷ କରି ଯୋଜନାଗୁଡ଼ିକର ସ୍ବଚ୍ଛତା ଆଣିବାକୁ ଉଦ୍ୟମ କରୁଛନ୍ତି ମୋହନ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe