ଲୋକସେବା ଭବନରେ ‘ବନ୍ଦେ ମାତରମ୍‌’ ଗାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆଜି ୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ‘ବନ୍ଦେ ମାତରମ୍‌’ ଗାନ କରିଛନ୍ତି।

78Y

କନକବ୍ୟୁରୋ : ଜି ୭ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ‘ବନ୍ଦେ ମାତରମ୍‌’ ଗାନ କରିଛନ୍ତି । ତାଙ୍କ ସହିତ ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ବିଭିନ୍ନ ବିଭାଗର ସଚିବ ମଧ୍ୟ ଏହି ବିଶେଷ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ‘ବନ୍ଦେ ମାତରମ୍‌’ ଗାନ କରିଛନ୍ତି। ଏହାଛଡ଼ା ଲୋକସେବା ଭବନର କର୍ମଚାରୀମାନେ ମଧ୍ୟ ଏଥିରେ ସାମଲ ହୋଇଥିଲେ। ସେଠାରେ ଏକ ଦେଶାତ୍ମବୋଧକ ପରିବେଶ ସୃଷ୍ଟି ହୋଇଥିଲା ।   

ଅଧିକ ପଢନ୍ତୁ ...ଚତୁର୍ଥ ଦିନରେ ଉତ୍କଳ ବିଲ୍‌ଡର୍ସରେ ଚଢ଼ାଉ ଜାରି: ଆକାଉଣ୍ଟାଣ୍ଟ ୪ ନିର୍ଦ୍ଦେଶକଙ୍କୁ ମୁହାଁମୁହିଁ ଜେରା

ଏଣେ ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ‘ବନ୍ଦେ ମାତରମ୍‌’ ଗାଇବେ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଥିଲା। ‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଆନନ୍ଦ ମଠ’ ପୁସ୍ତକରେ ସଂଯୋଜିତ ଥିଲା ‘ବନ୍ଦେ ମାତରମ୍‌’

ଅଧିକ ପଢନ୍ତୁ ... ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ କମ୍ପିଲା ପ୍ରଚାର, ପରସ୍ପରକୁ ଟାର୍ଗେଟ୍ କଲେ ଦୁଇ ମେଣ୍ଟର ନେତା

 ଆମର ଜାତୀୟ ଗୀତି ଭାବେ ସ୍ୱୀକୃତ ‘ବନ୍ଦେ ମାତରମ୍‌’ ଗୀତଟିର ରଚୟିତା ହେଉଛନ୍ତି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ଏହି ଗୀତଟି ତାଙ୍କ ଲିଖିତ ‘ଆନନ୍ଦ ମଠ’ ପୁସ୍ତକରେ ସଂଯୋଜିତ ଥିଲା। ଏହି ପ୍ରସିଦ୍ଧ ଗୀତଟି ୧୮୭୫ ମସିହା ସେପ୍ଟେମ୍ବର ୭ ତାରିଖରେ ଲେଖା ଯାଇଥିଲା। ୧୮୮୨ ମସିହାରେ ଗୀତଟି ପ୍ରକାଶ ପାଇଥିଲା। ୧୯୫୦ ମସିହା ଜାନୁଆରି ୨୪ ତାରିଖରେ ଗୀତଟିକୁ ଜାତୀୟ ଗୀତି ଭାବେ ଚୟନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe