କନକ ବ୍ୟୁରୋ : ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କିଛି ସମୟ ପରେ ସେ ଜୟପୁର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସହର ମଧ୍ୟ ଭାଗରେ ଥିବା ଏକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ଯାଇ ଛାତ୍ରଛାତ୍ରୀଙ୍କ ଠାରୁ ରାଖୀ ବାନ୍ଧିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହା ପରେ ୧୦ଟା ୩୫ରେ ପୂର୍ବତନ ମନ୍ତ୍ରୀ ତଥା ସ୍ୱର୍ଗତଃ ହରିଶ୍ ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ଦିନ ୧୧ଟା ସମୟରେ ଜୟପୁର ରେଲୱେ ଷ୍ଟେସନ ନିକଟ ବାଙ୍କ ବିଜା ଠାରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବା ସହ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଶୁଭାରମ୍ଭ କରିବେ ।