କନକବ୍ୟୁରୋ : ମହିଳା ଦିବସରେ ମହିଳାଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଭେଟି । ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଯୋଜନା ର ଦ୍ବିତୀୟ କିସ୍ତି ଟଙ୍କା  ।  ବ୍ରହ୍ମପୁର ଆମ୍ବପୁଆ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ।  ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫ହଜାର ମହିଳା ଯୋଗଦେଇଥିଲେ । ଏସବୁ ଭିତରେ କୋଟିଏ ଟପିଛି ସୁଭଦ୍ରା ହିତାଧିକାରୀ ସଂଖ୍ୟା । ଏହା ପୂର୍ବରୁ ୬ତାରିଖରେ ପ୍ରଥମ କିସ୍ତିର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଟଙ୍କା ପାଇଥିଲେ ରାଜ୍ୟର ୨ଲକ୍ଷ ୩୦ହଜାରରୁ ଅଧିକ ହିତାଧିକାରୀ  । ସେପଟେ ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ ହୋଇଥିବା ବେଳେ ସେବେଠାରୁ ଚାଲିବ ସର୍ଭେ । ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କୁ ଡୋର ଟୁ ଡୋର ସର୍ଭେ କରିବେ ମିଶନ ଶକ୍ତି ମହିଳା ।

Advertisment

ଏଥିସହ ଏନେଇ ରାଜ୍ୟସଭା ସାଂସଦ ମମତା ମହାନ୍ତ  କହିଛନ୍ତି ସୁଭଦ୍ରା ଯୋଜନାରେ ମହିଳା ସଶକ୍ତ ହେଉଛନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଉଛି ।  ବିଜେଡ଼ି ମହିଳାଙ୍କୁ ସଶକ୍ତ ନୁହେଁ ଭୋଟ ବ୍ୟାଙ୍କ ବଢେଇବା ପାଇଁ ଯୋଜନା କରୁଥିଲା ।  ବିଜେଡ଼ି ମହିଳାଙ୍କ ପାଇଁ ଯେଉଁ ଯେଉଁ ସ୍କିମ ମଧ୍ୟ କରୁଥିଲା  ତାହା କେବଳ ମହିଳା ଭୋଟ ବ୍ୟାଙ୍କ ବଢେଇବା ପାଇଁ । ବିଜେପି ସରକାର କରିଥିବା ସୁଭଦ୍ରା ଯୋଜନାରେ ମହିଳାମାନେ ରୋଜଗାରକ୍ଷମ ହୋଇ ସ୍ୱାବଲମ୍ବୀ ହୋଇପାରିବେ  ।