କନକ ବ୍ୟୁରୋ : ଚାଷୀଙ୍କ ପାଇଁ ଓକିଲ ହେବେ ରାଜ୍ୟ ସରକାର । ରାଜସ୍ବ ମନ୍ତ୍ରୀ ବି କରିବେ ଓକିଲାତି । ଚାଷୀଙ୍କୁ ଠକି ପାରିବେନି ବୀମା କମ୍ପାନୀ । ଧାନ ଚାଷ ଆରମ୍ଭ ଠାରୁ ମଣ୍ଡି ଆଡ଼କୁ ମୁଁହାଇବା ପର୍ଯ୍ୟନ୍ତ ବୀମା ପରିସର ଭୂକ୍ତ ହେବା କଥା । ଅତୀତରେ ବୀମା କମ୍ପାନୀମାନେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ । ବିଜେପି ସରକାର ସମୟରେ ବୀମା କମ୍ପାନୀ ମାନେ କ୍ଷତିପୂରଣ ନଦେଲେ କଡ଼ା ଆକ୍ସନ ହେବ ବୋଲି କହିଛନ୍ତି ସୁରେଶ ପୂଜାରୀ ।
ଗ୍ରାଉଣ୍ଡ ଜିରୋରେ ସ୍ଥିତି ଦେଖିବା ପରେ ମନ୍ତ୍ରୀ କହିଛନ୍ତି, କେବଳ ଧାନ ନୁହେଁ ପନିପରିବା, କପା ଓ ଚିନାବାଦାମ ମଧ୍ୟ କ୍ଷତି ହୋଇଛି । ୨ ଲକ୍ଷ ଚାଷୀ ବୀମା କମ୍ପାନୀ ନିକଟରେ ଅଭିଯୋଗ ଶୁଣାଇ ସାରିଲେଣି । ୧ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଅବଧି ବଢ଼ାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ସମବାୟ ସଚିବ । ପନିପରିବା ଓ କପା ଚାଷୀ ବୀମା କରିନାହାନ୍ତି । ତେଣୁ ବୀମା କରିନଥିବା ଚାଷୀଙ୍କୁ ସହାୟତା ଦେବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଜି ଜିଲ୍ଲା ସ୍ତରର କ୍ଷୟକ୍ଷତି ରିପୋର୍ଟ ଆସିଯିବ । ଜିଲ୍ଲାପାଳମାନଙ୍କୁ କୁହାଯାଇଛି, କେହି ଚାଷୀ ଯେମିତି କ୍ଷତିପୂରଣ ପାଇବାରୁ ବାଦ ପଡ଼ିବେନି । ଅଦିନିଆ ବର୍ଷା କ୍ଷୟକ୍ଷତି ପ୍ରାକୃତିକ ବିପର୍ଯ୍ୟୟ ପରିଧି ଭିତରେ ନାହିଁ । ସରକାର ଚେଷ୍ଟା କରୁଛନ୍ତି ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ପରିଧି ଭିତରକୁ ଆଣିବା ପାଇଁ ଅଧ୍ୟୟନ ଆରମ୍ଭ କରୁଛନ୍ତି ସରକାର । ବୀମା କରୁଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ବୀମା କମ୍ପାନୀ ଗୁଡ଼ିକ ସହ ସରକାର ସମ୍ପର୍କରେ ଅଛନ୍ତି । ଯେଉଁମାନେ ବୀମା କରିନାହାନ୍ତି କିମ୍ବା ଭାଗ ଚାଷୀ । ସେମାନଙ୍କୁ ସିଧାସଳଖ ସହାୟତା ଦେବା ପାଇଁ ସରକାର ବିଚାର କରୁଛନ୍ତି । ସମସ୍ତଙ୍କୁ ସହଯୋଗ ରାଶି ଯୋଗାଇ ଦିଆଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।