କନକ ବ୍ୟୁରୋ : ରାଜ୍ୟ ସରକାର ପାଳନ କରିବେ ସମ୍ବିଧାନ ହତ୍ୟା ଦିବସ । ଭୁବନେଶ୍ଵର ରେଳ ଅଡିଟୋରିୟମ୍ ପାଳନ ହେବ ରାଜ୍ୟସ୍ତରୀୟ ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ । ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ଭାଗ ନେବେ । ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ଗଣତନ୍ତ୍ର ସେନାନିମାନଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ । ସେ ସମୟରେ ଗିରଫ ହୋଇଥିବା ୫୬ ଜଣଙ୍କୁ ସରକାର ପେନସନ୍ ଦେଉଛନ୍ତି । ଏହି ପେନସନ୍ ଯୋଜନାରେ ଆହୁରି ୫୨ଜଣଙ୍କ ନାମ ମଧ୍ୟ ସାମିଲ କରାଯାଇଛି । ଏହାସହ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଉଚ୍ଚ ଶିକ୍ଷା ବିଭାଗର ଅନେକ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
୧୯୭୫ ଜୁନ ୨୫ ମସିହାରେ ସମ୍ବିଧାନକୁ ହତ୍ୟା କରାଯାଇଥି୍ଲା ବୋଲି କହିବା ସହିତ ଏହି ଦିନକୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରୁଛି । ବିଜେପି ଏହି ଦିନ ହିଁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେଇଥିଲା । ତାହାର ୫୦ ବର୍ଷ ପୂର୍ତ୍ତି ପାଳନ ହେବ । ସମ୍ବିଧାନର ସାର୍ବଭୌମତ୍ୱ ପାଇଁ ଯାହା କରିବା କଥା କରାଯିବ । ପୂର୍ବରୁ ଯାହା ଭୁଲ ହୋଇଛି ତାକୁ ସୁଧାରିବାର ଅବସର ଆସିଛି । ତାକୁ ଯେଉଁମାନେ ବିରୋଧ କରୁଛନ୍ତି, ଏହା ସମ୍ବିଧାନ ପ୍ରତି ସମ୍ମାନ ନୁହେଁ । ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ