କନକ ବ୍ୟୁରୋ : ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଦିବାସୀ ମେଳା - ୨୦୨୫ ଉଦଘାଟନ କାର୍ଯ୍ୟକ୍ରମରେ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ଜନଜାତି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ପ୍ରଦାନ କରାଯିବ । ଅଷ୍ଟମ ଓ ଦଶମ ପାସ କରିବା ପରେ ନବମ ଓ ଏକାଦଶ ଶ୍ରେଣୀରେ ଭର୍ତ୍ତି ହେବା ପିଲାଙ୍କୁ ମିଳିବ ଏହି ସହାୟତା ।
ଏହି ଯୋଜନା ପାଇଁ 156 କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଡ୍ରପ ଆଉଟ ରୋକିବା ଦିଗରେ ଲକ୍ଷ୍ୟ ରଖି ଏହାର ଶୁଭାରମ୍ଭ ହୋଇଛି । ଉପଯୁକ୍ତ ହେବେ ୨ ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀ । ପ୍ରତି ଶିକ୍ଷା ବର୍ଷରେ ଏକକାଳୀନ ଏହି ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଭାବେ ଦିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/05/hbfLhjv3o6sfMjhbOOGq.jpg)