କନକବ୍ୟୁରୋ : ରାଜ୍ୟରେ ବଢିଛି ଜଳ ସଙ୍କଟ । ଏଥିପାଇଁ ପୂର୍ବ ସରକାରକୁ ଦାୟୀ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି, ୨୪ ବର୍ଷର ସରକାର ପାଣିକୁ ଗୁରୁତ୍ବ ଦେଉନଥିଲେ । ରାଜ୍ୟରେ ୫ଲକ୍ଷ ୨୦ ହଜାର ନଳକୂପ ଥିଲା । ୨୧ ହଜାର ୩ଶହ ନଳକୂପ ଖୋଳିବାକୁ ନୂଆ ସରକାର ଅନୁମୋଦନ ଦେଇଥିବା ମନ୍ତ୍ରୀ କହିଛନ୍ତି । ଜଳ ସଙ୍କଟର ଅଭିଯୋଗକୁ ବିଭାଗ ଗୁରୁତ୍ବ ଦେଉଛି । ଯେଉଁଠି ବି ଜନସାଧାରଣ ଅଭିଯୋଗ କରିବେ, ବିଭାଗ ୭ ଦିନ ମଧ୍ୟରେ ତା'ର ସମାଧାନ କରିବ ।
ରାଜ୍ୟ ସରକାରଙ୍କୁ ପାଣି ଚିନ୍ତା : ଆହୁରି ୨୧ ହଜାର ୩୦୦ ନଳକୂପ ଖୋଳିବାକୁ ସରକାରଙ୍କ ଅନୁମୋଦନ
ରାଜ୍ୟରେ ବଢିଛି ଜଳ ସଙ୍କଟ । ଏଥିପାଇଁ ପୂର୍ବ ସରକାରକୁ ଦାୟୀ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ।
/kanak/media/media_files/2025/04/11/SWW7RXdXuCHfD5s7h3oz.jpg)